ମରାମତି ପରେ ଫେରିଲା ୟୁକେର ଫାଇଟର ଜେଟ୍
ମରାମତି ପରେ ଫେରିଲା ୟୁକେର ଫାଇଟର ଜେଟ୍ F-35B । ଗତ ମାସ ୧୪ ତାରିଖରେ ଥିରୁବନନ୍ତପୁରମଠାରେ ଜରୁରୀ ଅବତରଣ କରିଥିଲା ଫାଇଟର ଜେଟ୍ । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୟୁକେ ଫେରି ପାରୁନଥିଲା । ବ୍ରିଟେନରୁ ସ୍ବତନ୍ତ୍ର ଟିମ୍ ଆସି ଜେଟ୍ ମରାମତି କରିବା ପରେ ଆଜି ୟୁକେକୁ ଫେରିଛି । ଖବର ମୁତାବକ, ବିମାନଟି ସକାଳ ୧୦.୫୦ ମିନିଟରେ ଅଷ୍ଟ୍ରେଲିଆ ପାଇଁ ଉଡ଼ାଣ ଭରିଥିଲା । ଏହାପୂର୍ବରୁ ସୋମବାର ଦିନ ହ୍ୟାଙ୍ଗରରୁ ବାହାର କରାଯାଇ ଏୟାରପୋର୍ଟରେ ରଖାଯାଇଥିଲା ।

ଏହି ADVANCED ଷ୍ଟେଲଥ ଜେଟର ମରାମତି ପାଇଁ ଜୁଲାଇ ୬ରେ ବ୍ରିଟେନରୁ ୨୧ ଜଣିଆ ଟିମ୍ ସ୍ବତନ୍ତ୍ର ଉପକରଣ ଧରି ଥିରୁବନନ୍ତପୁରମରେ ପହଞ୍ଚିଥିଲେ । ବିମାନ ଫେରିବା ପରେ ସ୍ବତନ୍ତ୍ର ଟିମ ମଧ୍ୟ ଆଜି କିମ୍ବା କାଲିକୁ ଫେରିଯିବେ । ରୟାଲ ନେଭି HMS ପ୍ରିନ୍ସ ଅଫ ୱେଲ୍ସ କେରିୟର ଷ୍ଟ୍ରାଇକ ଗ୍ରୁପର ଏହି ଷ୍ଟେଲଥ ଜେଟରେ ଇନ୍ଧନ କମିଯିବାରୁ ଥିରୁବନନ୍ତପୁରମରେ ଜୁନ ୧୪ରେ ଅବତରଣ କରିଥିଲା । କିନ୍ତୁ ପରେ ବିମାନରେ ତ୍ରୁଟି ଜଣା ପଡିଥିଲା । ମାସେରୁ ଅଧିକ ସମୟ ଥିରୁବନନ୍ତପୁରମରେ ରହିବାକୁ ପଡିଲା । ଏହି ଅତ୍ୟାଧୁନିକ ଜେଟ୍ ବିମାନର ମରାମତି ପାଇଁ ସ୍ବତନ୍ତ୍ର ଟିମ୍ ବ୍ରିଟେନରୁ ଆସିଥିଲେ ।
ସୂଚନାଯୋଗ୍ୟ, ବ୍ରିଟିଶ ନୌସେନାର ଏକ F-35 ଲଢ଼ୁଆ ବିମାନ ଶନିବାର ରାତିରେ ଇନ୍ଧନର ଅଭାବ ଯୋଗୁଁ କେରଳର ଥିରୁବନନ୍ତପୁରମ ଆନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା । ଏହି ଅତ୍ୟାଧୁନିକ ଷ୍ଟିଲଥ୍ ଯୁଦ୍ଧ ବିମାନଟି ବ୍ରିଟିଶ ନୌସେନାର HMS ପ୍ରିନ୍ସ ଅଫ୍ ୱେଲ୍ସ କ୍ୟାରିଅର ଷ୍ଟ୍ରାଇକ୍ ଗ୍ରୁପ୍ର ଅଂଶ ଅଟେ, ଯାହା ନିକଟରେ ଭାରତୀୟ ନୌସେନା ସହ ଉତ୍ତର ଆରବ ସାଗରରେ ଏକ ଯୌଥ ନୌସେନା ଅଭ୍ୟାସରେ ଅଂଶଗ୍ରହଣ କରିଥିଲା ।












Click it and Unblock the Notifications