ଆଗାମୀ ୭ ଦିନ ମଧ୍ୟରେ ପ୍ରବଳ ବର୍ଷା!:ପାଣିପାଗ ବିଭାଗ

ଭାରତୀୟ ପାଣିପାଗ ବିଭାଗ କହିଛି, ଆଗାମୀ ୭ ଦିନ ମଧ୍ୟରେ ଉତ୍ତର-ପୂର୍ବ ଭାରତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ବୁଧବାର ପର୍ଯ୍ୟନ୍ତ ଦକ୍ଷିଣ ଉପଦ୍ବୀପ ଭାରତରେ କେରଳ, ମାହେ ଏବଂ କର୍ଣ୍ଣାଟକରେ ଝଡ଼ବର୍ଷା ସହ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହିସବୁ ଅଞ୍ଚଳରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ମଧ୍ଯ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

rain

ବୁଧବାର ପର୍ଯ୍ୟନ୍ତ ଜମ୍ମୁ, କାଶ୍ମୀର, ଲଦାଖ, ଗିଲ୍‌ଗିଟ୍, ବାଲ୍‌ଟିସ୍ତାନ, ମୁଜାଫରବାଦ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ଚଣ୍ଡୀଗଡ଼ ଏବଂ ଦିଲ୍ଲୀରେ ମଧ୍ୟ ଏହିଭଳି ପରିସ୍ଥିତି ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ଉତ୍ତର-ପଶ୍ଚିମ ଭାରତରେ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ କୋଙ୍କଣ ଏବଂ ଗୋଆରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଆଗାମୀ ୩ ଦିନ ମଧ୍ୟରେ ପଶ୍ଚିମ ରାଜସ୍ଥାନରେ ଧୂଳିଝଡ଼ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+