କୌଣସି ବି ସମୟରେ ଭାରତ ଆସିପାରେ ୨୬/୧୧ ମାଷ୍ଟରମାଇଣ୍ଡ ତହୱର ରାଣା
ମୁମ୍ବାଇ ଆତଙ୍କୀ ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ତହୱର ରାଣା କୌଣସି ବି ସମୟରେ ଭାରତ ଆସିପାରେ । ଆମେରିକା ସହ ଭାରତୀୟ ଏଜେନ୍ସିଂଙ୍କର ସମସ୍ତ ଔପଚାରିକତା ଶେଷ ହୋଇଛି । ଭାରତ ଆସିଲେ ଏନଆଇଏ ହେପାଜତରେ ରହିବ ତହୱର । ଦିଲ୍ଲୀ କିମ୍ବା ମୁମ୍ବାଇର କୌଣସି ଜେଲରେ ରହିବ ପାକିସ୍ତାନୀ ଆତଙ୍କୀ । ମଙ୍ଗଳବାର ଦିନ ପ୍ରତ୍ୟାର୍ପଣ ବିରୋଧରେ ତହୱର କରିଥିବା ଆବେଦନକୁ ଖାରଜ କରିଥିଲେ ଆମେରିକା ସୁପ୍ରିମକୋର୍ଟ ।
ସମସ୍ତ ଔପଚାରିକତା ସମାପ୍ତ ହୋଇଛି । କୌଣସି ବି ସମୟରେ ତହୱର ଭାରତ ଫେରିପାରେ । ଗତ କିଛି ଦିନ ହେବ ନ୍ୟାସନାଲ ଇଭେଷ୍ଟିଗେସନ ଏଜେନ୍ସିଂ, ଇଣ୍ଟେଲିଜେନ୍ସ ବ୍ୟୁରୋ ବିଦେଶ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଓ ସଂଯୁକ୍ତ ଟିମ୍ ଆମେରିକା ଅଧିକାରୀଙ୍କ ସହ ତହୱରର ପ୍ରତ୍ୟାର୍ପଣ ନେଇ ସମ୍ପର୍କରେ ଥିଲେ । ତହୱର ଫେରିବା ପରେ ଦିଲ୍ଲୀ କିମ୍ବା ମୁମ୍ବାଇ ଜେଲରେ ରହିପାରେ । ଜେଲରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହୋଇଛି । ଏନଆଇଏ ହେପାଜତରେ ରହିବ ତହୱର । ଭାରତକୁ ପ୍ରତ୍ୟାର୍ପଣ କରିବା ବିରୋଧରେ ତହୱର କରିଥିବା ଆବେଦନକୁ ଖାରଚ କରିଥିଲେ ଆମେରିକା ସୁପ୍ରିମକୋର୍ଟ ।

ଭାରତକୁ ପ୍ରତ୍ୟାର୍ପଣରେ ସ୍ଥଗିତାଦେଶ ଦେବାକୁ ମନା କରିଥିଲେ ୟୁଏସ୍ ସର୍ବୋଚ୍ଚ ଅଦାଲତ । ଫଳରେ ସେ ଭାରତ ଫେରିବା ଏକ ପ୍ରକାର ନିଶ୍ଚିନ୍ତ ହୋଇଥିଲା । କାନାଡ଼ା ନାଗରିକ ଏବଂ ପାକିସ୍ତାନ ମୂଳ ୬୪ବର୍ଷୀୟ ତହୱର ରାଣାକୁ ଲସଏଞ୍ଜେଲସ୍ର ମେଟ୍ରୋପୋଲିଟିଆନ୍ ଡ଼ିଟେନସନ୍ ସେଣ୍ଟରରେ ରଖାଯାଇଛି । ୨୬/୧୧ ମୁମ୍ବାଇ ଆତଙ୍କୀ ହମଲା- ୨୦୦୮ ମସିହା ନଭେମ୍ବର ୨୬ ତାରିଖ ଥିଲା । ଯେବେ ମୁମ୍ବାଇ ଦେଖିଥିଲା ଆତଙ୍କୀ ଆକ୍ରମଣ ।
ଆତଙ୍କୀଙ୍କ ଗୁଳିରେ ଆଖି ବୁଜିଥିଲେ ନୀରିହ ଲୋକ । ସବୁଦିନ ପରି ଚଳଚଞ୍ଚଳ ଥିଲା ମୁମ୍ବାଇ ସହର । ଏହାରି ଭିତରେ ହଠାତ୍ ଶୁଭିଥିଲା ଆତଙ୍କବାଦୀଙ୍କ ଗୁଳିର ଗର୍ଜନ । ତାଜ ହୋଟେଲ, ଲିୟୋପୋର୍ଲ୍ଡ କାଫେ, କାମା ହସ୍ପିଟାଲ ଓ ରେଳ ଷ୍ଟେସନରେ ଆତଙ୍କୀ ଖେଳିଥିଲେ ରକ୍ତର ହୋଲି । ଯେଉଁଥିରେ ୧୬୪ ଜଣ ଆଖି ବୁଜିଥିଲେ । ଛତ୍ରପତି ଶିବାଜୀ ଟର୍ମିନାଲରେ ଆଖିବୁଜା ଗୁଳିମାଡ଼ କରିଥିଲେ ଆତଙ୍କବାଦୀ ।












Click it and Unblock the Notifications