ଇରାନ-ଇସ୍ରାଏଲ୍‌ ବିବାଦକୁ ନେଇ ବୈଦେଶିକ ମନ୍ତ୍ରାଳୟ ପ୍ରକାଶ ଉଦ୍‌ବେଗ, ଭାରତୀୟଙ୍କ ପାଇଁ ଜାରି ହେଲା ମାର୍ଗଦର୍ଶିକା

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ଉତ୍ତେଜନାକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି। ହିଂସା ପଥ ଛାଡ଼ି କୂଟନୈତିକ ସ୍ତରରେ ଆଲୋଚନା ଜରିଆରେ ଦୁଇ ଦେଶ ପରସ୍ପର ମଧ୍ୟରେ ଥିବା ବିବାଦକୁ ସମାଧାନ କରିବା ଲାଗି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହଯାଇଛି। ଇସ୍ରାଏଲ ପକ୍ଷରୁ ଗୁରୁବାର ବିଳମ୍ବିତ ରାତିରେ ଇରାନ ଉପରେ ଆକ୍ରମଣ କରାଯାଇଥିଲା। ଏହା ପରେ ଇରାନ ପାଲଟା ଜବାବ ଦେଇଛି। ଭାରତ ଉଭୟ ଦେଶକୁ ଆକ୍ରମଣ ପ୍ରତିଆକ୍ରମଣରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି।

Iran-Israel dispute

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ଦୁଇ ଦେଶ ମଧ୍ୟରେ ଲାଗିଥିବା ଉତ୍ତେଜନା ଉପରେ ଭାରତ ନଜର ରଖିଛି। ଇସ୍ରାଏଲ ପକ୍ଷରୁ ଇରାନର ଆଣବିକ ଗବେଷଣା ଅଞ୍ଚଳ ଉପରେ ଆକ୍ରମଣ କରାଯାଇଛି। ଉତ୍ତେଜନା ଯୁଦ୍ଧ ପରିସ୍ଥିତିକୁ ଅଗ୍ରସର ନ ହେବା ଲାଗି ପଦକ୍ଷେପ ନେବା ପାଇଁ ଭାରତ ଦୁଇ ଦେଶକୁ କହିଛି। ଦୁଇ​‌ ଦେଶରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇ ସତର୍କତାର ସହିତ ନିରାପଦରେ ରହିବାକୁ ପରାମର୍ଶ ଦିଆଯାଇଛି। ସ୍ଥାନୀୟ ନିରାପତ୍ତା ମାର୍ଗଦର୍ଶିକାକୁ ଅନୁପାଳନ କରିବାକୁ ସରକାର ଜନସାଧାରଣଙ୍କୁ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+