ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତରୁ ଯୋଗଦେବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର
ଜାନୁଆରି ୨୦ରେ ଡୋନାଲ୍ଡ ଟ୍ରମ୍ପ୍ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ଭାରତ ପକ୍ଷରୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଅଂଶଗ୍ରହଣ କରିବେ। ବୈଦେଶିକ ମନ୍ତ୍ରଣାଳୟ ଏହା ନିଶ୍ଚିତ କରିଛି।

ଟ୍ରମ୍ପ-ଭାନ୍ସ ଉଦ୍ଘାଟନି କମିଟିର ନିମନ୍ତ୍ରଣ ଅନୁସାରେ ଏସ୍.ଜୟଶଙ୍କର ଭାରତର ପ୍ରତିନିଧିତ୍ୱ କରିବେ। ଏହି ଶପଥ ଗ୍ରହଣ ଉତ୍ସବ ଜାନୁଆରି ୨୦ରେ ମାର୍ଟିନ୍ ଲୁଥର୍ କିଙ୍ଗ୍ ଜୁନିୟର ଡେ ସହିତ ପାଳନ କରାଯିବ। ଗତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳରେ ଟ୍ରମ୍ପ୍ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସ୍ଙ୍କୁ ପରାସ୍ତ କରିଥିଲେ।
ଭାରତ ସରକାର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଆମେରିକା ଗସ୍ତ ସମୟରେ ଜୟଶଙ୍କର ଟ୍ରମ୍ପ୍ଙ୍କ ପ୍ରଶାସନର ପ୍ରତିନିଧୀ ତଥା ସେହି ସମୟରେ ଆମେରିକା ଗସ୍ତରେ ଆସିଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।












Click it and Unblock the Notifications