ଦୁଇଦିନିଆ ଜର୍ମାନୀ ଗସ୍ତରେ ଗଲେ ବୌଦେଶିକ ମନ୍ତ୍ରୀ, ଏହି ବିଷୟରେ ହେବ ଆଲୋଚନା
ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ଆଜିଠାରୁ ଦୁଇଦିନିଆ ଜର୍ମାନୀ ଗସ୍ତ ଆରମ୍ଭ ହେଉଛି । ଏହି ଗସ୍ତ ଅବସରରେ ବର୍ଲିନ୍ ଠାରେ ସେ ତାଙ୍କ ପ୍ରତିପକ୍ଷଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟିବେ । ଦ୍ବିପାକ୍ଷିକ ସମ୍ପର୍କ ଏବଂ ଭାରତ-ଜର୍ମାନୀ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଥିବା ସୁଯୋଗର ବିକାଶ ପାଇଁ ଏହି ଗସ୍ତ ଅବସରରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ।

ଏହି ଗସ୍ତ ଆସନ୍ତାମାସରେ ଜର୍ମାନର ଚାନ୍ନ୍ସେଲର ଓଲାଫ୍ ସୋଲଜ୍ଙ୍କ ଭାରତ ଗସ୍ତ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବ । ସୂଚନା ଯୋଗ୍ୟ ଜର୍ମାନୀ ଭାରତର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟିକ ସହଭାଗି ରାଷ୍ଟ୍ର, ବିଶେଷ କରି ପ୍ରତ୍ୟକ୍ଷ ପୁଞ୍ଜିନିବେଶ କ୍ଷେତ୍ରରେ ଭାରତରେ ଏକ ଅଗ୍ରଣୀ ରାଷ୍ଟ୍ର ।
ଗତକାଲି ରିହାଦରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଜୟଶଙ୍କର ପାଲେଷ୍ଟାଇନ୍ ପ୍ରସଙ୍ଗରେ କହିଛନ୍ତି, ଗାଜାରେ ଯୁଦ୍ଧ ବିରତି ଅତ୍ୟନ୍ତ ଆବଶ୍ୟକ । ସେ ସନ୍ତ୍ରାସବାଦ କାର୍ଯ୍ୟକଳାପକୁ ନିନ୍ଦା କରିବା ସହିତ ସାଧାରଣ ନାଗରୀକଙ୍କ ମୃତ୍ୟୁକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ଜର୍ମାନୀ ଗସ୍ତ ପରେ ଡକ୍ଟର ଜୟଶଙ୍କର ତାଙ୍କ ବିଦେଶ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଜେନେଭା ଯିବେ ।
ଆସନ୍ତା ଗୁରୁବାର ଓ ଶୁକ୍ରବାର ସେ ବିଭିନ୍ନ ଆନ୍ତର୍ଜାତିକ ସଂଗଠନର ନେତୃବର୍ଗଙ୍କ ସହ ସାକ୍ଷାତ ଆଲୋଚନା * କରିବେ । ସେ ମଧ୍ୟ ସେଠାରେ ସ୍ଵିଜରଲାଣ୍ଡର ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ କରି ଭାରତ ଓ ସ୍ଵିଜରଲାଣ୍ଡ ମଧ୍ଯରେ ଦ୍ବିପାକ୍ଷିକ ସମ୍ପର୍କର ସମୀକ୍ଷା କରିବେ ।












Click it and Unblock the Notifications