ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ଏସ.ଜୟଶଙ୍କରଙ୍କ ମନ୍ତବ୍ୟ, କହିଲେ ଓଡ଼ିଶାରୁ ଯାହା ଆମେ ସମସ୍ତେ ଆଶା କରୁଛୁ, ତାହା ପାଉଛୁ କି?

ଭୁବନେଶ୍ୱର: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ୨ ଦିନିଆ ଓଡିଶା ଗସ୍ତରେ ଆସି ଶନିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହାପରେ ସେ ବିଭିନ୍ନ ଗଣମାଧ୍ୟମର ଏଡିଟରଙ୍କୁ ସାକ୍ଷାତ କରିବା ସହିତ ପ୍ରେସମିଟ କରିଛନ୍ତି । ମୋଦିଙ୍କ ବିକାଶଧାରା ସହ ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖୁଛନ୍ତି । ଏହି କ୍ରମରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ସେ ମନ୍ତବ୍ୟ ଦେଇ କହିଛନ୍ତି, ରାଜ୍ୟରେ ପ୍ରାକୃତିକ ସମ୍ପଦ ଏବଂ ପ୍ରତିଭା ଭରପୂର ରହିଛି ।

ସବୁକିଛି ଥାଇ ବି ଓଡ଼ିଶା ସେହି ଅନୁପାତରେ ବିକଶିତ କି? ଆଜିର ଓଡ଼ିଶାକୁ ଦେଖିଲେ ବିକାଶ ହୋଇଥିବା ଭଳି ଲାଗୁଛି କି? ଓଡ଼ିଶାର କଳା, ସଂସ୍କୃତି କେତେ ସମୃଦ୍ଧ ତାହା କହିବା ଅନାବଶ୍ୟକ । ଏଥିଲାଗି କୋଣାର୍କ ଚକ୍ରକୁ ଜି-୨୦ରେ ସାମିଲ କରାଯାଇଥିଲା । ଏତେ ସବୁ ଥାଉ ଥାଉ ପ୍ରଧାନମନ୍ତ୍ରୀ କୋଣାର୍କ ଚକ୍ରକୁ ବାଛିଲେ କାହିଁକି? ଓଡ଼ିଶାରୁ ଯାହା ଆମେ ସମସ୍ତେ ଆଶା କରୁଛୁ, ତାହା ପାଉଛୁ କି । କଳା ସଂସ୍କୃତି କ୍ଷେତ୍ରରେ ସମୃଦ୍ଧ ଓଡ଼ିଶା ନିଜ ନେତା ସୃଷ୍ଟି ପାଇଁ ସକ୍ଷମ । ଓଡ଼ିଶା ଭଳି ରାଜ୍ୟର ନେତା ନିଜ ମାଟିର ପୁଅ ହୁଅନ୍ତୁ ବୋଲି ସେ କହିଛନ୍ତି ।

S Jaishankar Addresses Editors Meet

ଜୟଶଙ୍କର ଆହୁରି କହିଛନ୍ତି, କାନାଡା ପ୍ରଧାନମନ୍ତ୍ରୀ ତାଙ୍କ ଭୋଟ ବ୍ୟାଙ୍କ ପାଇଁ ଭାରତକୁ ଦୋଷ ଦେଉଛନ୍ତି । ଭାରତ ପାଇଁ କାନାଡାରେ ଚାଲିଛି ପଲିଟିକାଲ୍ ଗେମ୍ । କାନାଡା ସରକାର ଆମକୁ ଦୋଷ ଦେଉଛନ୍ତି, କିନ୍ତୁ ପ୍ରମାଣ ଦେଉ ନାହାନ୍ତି । ଗଲୱାନ ଘଟଣା ପରେ ଚୀନ୍ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା ଜାରି ରହିଛି । ସୀମାରେ ପାଟ୍ରୋଲିଂ ଆବଶ୍ୟକ । କିନ୍ତୁ ଉଭୟ ପକ୍ଷ ପାଟ୍ରୋଲିଂ କରି ପାରୁ ନାହାନ୍ତି । ସେହିପରି ଜୟଶଙ୍କର କହିଛନ୍ତି, ଋଷ-ୟୁକ୍ରେନ୍ ଚାହୁଁଛନ୍ତି ଭାରତ ସେମାନଙ୍କ ଭିତରେ ମଧ୍ୟସ୍ଥତା କରୁ ।

ଆମେ ବୈଦେଶିକ ନୀତି ସ୍ପଷ୍ଟ ଥିବାରୁ ଭାରତର ମଧ୍ୟସ୍ଥତା ଭଳି ଭୂମିକା ଚାହୁଁଛନ୍ତି । ସେହିପରି ନୀରବ ମୋଦି ଓ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ସମ୍ପର୍କରେ ବି ସୂଚନା ଦେଉଛନ୍ତି ଜୟଶଙ୍କର । ସେ କହିଛନ୍ତି, ବ୍ରିଟେନ ଆଇନ ବ୍ୟବସ୍ଥା ଯୋଗୁଁ ସେମାନଙ୍କର ପ୍ରତ୍ୟର୍ପଣ ବିଳମ୍ବ ହେଉଛି । ପ୍ରାକୃତିକ ସମ୍ପଦ ଭରପୁର ସତ୍ତ୍ୱେ ଓଡ଼ିଶା ପଛରେ ପଡିଛି । ସେଥିପାଇଁ ଓଡ଼ିଶାରେ ବିଜେପି ସରକାର ଆସିବା ଦରକାର ବୋଲି ଜୟଶଙ୍କର କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+