ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ, ଜାଣନ୍ତୁ କାହା ପାଖରେ ରହିଲା କେଉଁ ବିଭାଗ

ମହାରାଷ୍ଟ୍ରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି ଦେବେନ୍ଦ୍ର ଫଡନାଭିସଙ୍କ ସରକାର । ଏଥିସହ ପୂର୍ବରୁ ଯେଉଁ ଆକଳନ କରାଯାଉଥିଲା ତାହା ସତ ହୋଇଛି । ନିଜ ପାଖରେ ଗୃହ ବିଭାଗ ସହ ଆଇନ ମନ୍ତ୍ରଣାଳୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ନଗର ଉନ୍ନୟନ, ଆବାସ ଏବଂ ପୁର୍ତ୍ତ ବିଭାଗ ମିଳିଛି । ସେହିପରି ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କୁ ଅର୍ଥ, ଯୋଜନା ଏବଂ ଉତ୍ପାଦ ଶୁକ୍ଳ ବିଭାଗ ମିଳିଛି । ବିଜେପି ପ୍ରଦେଶ ଅଧ୍ୟକ୍ଷ କଥା କ୍ୟାବିନେଟ୍ ମନ୍ତ୍ରୀ ଚନ୍ଦ୍ରଶେଖର ବାବନକୁଲେଙ୍କୁ ରାଜସ୍ୱ ମନ୍ତ୍ରଣାଳୟ ମିଳିଛି ।

Maharashtra Assembly Election 2024

ମହାରାଷ୍ଟ୍ରରେ ମହାୟୁତିର ବିଜୟ ପରେ ଡିସେମ୍ୱର ୫ରେ ଶପଥ ନେଇଥିଲେ ନୂଆ ସରକାର । ମୁଖ୍ୟମନ୍ତ୍ରୀ ଏବଂ ବିଭାଗ ବଣ୍ଟନକୁ ନେଇ ଶପଥ ଗ୍ରହଣ ବିଳମ୍ବରେ ହୋଇଥିଲା । ପରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନବିସ, ଉପମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେ ଏବଂ ଅଜିତ୍ ପାୱାର ଶପଥ ନେଇଥିଲେ । ଡିସେମ୍ୱର ୧୫ରେ କ୍ୟାବିନେଟ୍ ସଂପ୍ରସାରଣ କରିଥିଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ । ମହାୟୁତର ୩୯ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୨୮ ଜଣ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଥିବା ଜଣାପଡ଼ିଛି । ଏବେ ବି କିଛି ମନ୍ତ୍ରୀ ବିଭାଗ ପାଇନାହାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+