ବାଣ ତିଆରି ବେଳେ ବିସ୍ଫୋରଣ; ଯୁବକ ମୃତ
କଟକ ସଦର ଥାନା ଅନ୍ତର୍ଗତ ଖଲର୍ଦ୍ଦା ହାତୀଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଦିନ ବାଣ ତିଆରି ବେଳେ ହଠାତ୍ ବିସ୍ଫୋରଣ ଘଟି ଜଣେ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ହାତୀଗଡ଼ ନିବାସୀ ବଇନ ସାମଲଙ୍କ ବାସଭବନରେ ବାଣ ତିଆରି ଚାଲିଥିବା ବେଳେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଘରର ଆଜବେଷ୍ଟସ୍ ଛାତ ଉଡ଼ିଯିବା ସହ କାନ୍ଥ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।













Click it and Unblock the Notifications