ବିସ୍ଫୋରଣ: ସାମ୍ନାକୁ ଆସିଲା ଆତଙ୍କୀ ଡାକ୍ତର ଉମରର ଭିଡିଓ, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ସାମ୍ନାକୁ ଆସିଛି ଦିଲ୍ଲୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଉମରର ଭିଡିଓ । ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣର ମୁଖ୍ୟ ଷଡଯନ୍ତ୍ରକାରୀ ମହମ୍ମଦ ଉମର ନବୀର ଏବେ ଏକ ଭିଡିଓ ଭାଇରାଲ ହେଉଛି । ଯାହା ସେ ବିସ୍ଫୋରଣ ପୂର୍ବରୁ ସୁଟ୍ କରିଥିଲା । ଘଟଣାର ୭ଦିନ ପରେ ଆସିଥିବା ଭିଡିଓ ସୁରକ୍ଷା ଅଧିକାରୀଙ୍କ ନିଦ ହଜାଇ ଦେଇଛି ।

terrorist

ଭିଡିଓରେ ଉମର ଇଂରାଜୀରେ କହୁଛି ଯେ, ଆତ୍ମଘାତୀ ଆକ୍ରମଣ ବା ସୁଇସାଇଡ୍ ବମ୍ବିଂ ଖରାପ ନୁହେଁ । ଏହା ସମ୍ପୂର୍ଣ୍ଣ ଠିକ୍ । ଭିଡିଓରେ ଆତଙ୍କବାଦୀ ଉମର ଏକା ଥିବା ବେଳେ କ୍ୟାମେରା ଆଗରେ ସେ ଅନେକ କଥା କହୁଛି ।

ସେ କହୁଛି ଯେ, ସୁଇସାଇଡ ବମ୍ବିଂକୁ ଅନେକ ଠିକ ଭାବରେ ବୁଝି ପାରି ନାହାଁନ୍ତି । ସାଧାରଣ ବୋମା ବିସ୍ଫୋରଣ ଏବଂ ଆତ୍ମଘାତୀ ବିସ୍ଫୋରଣ ଭିତରେ ଫରକ ରହିଛି । ଏଠାରେ ବିଚାରଗତ ଫରକ ରହିଛି । ଯାହାକୁ ଅନେକ ବିରୋଧ କରିଥାନ୍ତି । ଆତ୍ମଘାତୀ ବିସ୍ଫୋରଣର ମୁଖ୍ୟ ସମସ୍ୟା ହେଲା ଏଥିରେ ବ୍ୟକ୍ତି କେଉଁ ସ୍ଥାନରେ ଏବଂ କେତେବେଳେ ପ୍ରାଣ ହରାଇବ ତାହା ନିଶ୍ଚିତ କରିଥାଏ । ମରଣ ହିଁ ଏକମାତ୍ର ସତ୍ୟ ବୋଲି ସେ ଭାବିଥାଏ ।

ସେ ଆହୁରି କହିଛି ଯେ, ଏ କଥାକୁ ଅନେକ ସ୍ୱୀକାର କରିପାରନ୍ତି ନାହିଁ । କାରଣ ଏହା ସମାଜ, ଜୀବନ ଏବଂ ଆଇନକୁ ଉଲ୍ଲଙ୍ଘନ କରିଥାଏ । ତେବେ ଏହି ଭିଡିଓ ବହୁତ ଅଳ୍ପ ସମୟର ରହିଛି । ଏତିକି କହିବା ପରେ ଭିଡିଓଟି ଶେଷ ହୋଇଯାଇଛି । ଏଥିରେ ଉମର ମୁଣ୍ଡ ହଲାଇ ସବୁ କଥା କହୁଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଉମର ନିଜେ ଆଇ-20 କାର୍ ଚଲାଇ ଲାଲକିଲ୍ଲା ନିକଟରେ ରଖିଥିଲା । କାରରେ ବିସ୍ଫୋରକ ଭର୍ତ୍ତି ହୋଇ ରହିଥିଲା । ଯାହା ବ୍ଲାଷ୍ଟ୍ ହେବା କାରଣରୁ ୧୫ ଜଣ ସାଧାରଣ ନାଗିରକ ପ୍ରାଣ ହରାଇଥିଲେ । ଏହାପରେ ଉମରକୁ ଧରିବା ପାଇଁ ସୁରକ୍ଷାକର୍ମୀ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+