ଦିଲ୍ଲୀ ସ୍ଥିତ ଇସ୍ରାଏଲ୍ ଦୂତାବାସରେ ବିଷ୍ପୋରଣ, ପୋଲିସର ସର୍ଚ୍ଚ ଅପରେସନ ଜାରି

ଦିଲ୍ଲୀ :ମଙ୍ଗଳବାର ଦିନ ଦିଲ୍ଲୀରେ ଥିବା ଇସ୍ରାଏଲ୍ ଦୂତାବାସରେ ବିସ୍ଫୋରଣ ଖବର ସମସ୍ତଙ୍କୁ ଚକିତ କରିଛି । କୁହାଯାଉଛି ଯେ ଏହି ବିସ୍ଫୋରଣ ଇସ୍ରାଏଲ୍ ଦୂତାବାସ ପଛରେ ଥିବା ଏକ ଖାଲି ଜାଗାରେ ହୋଇଛି । ଜଣେ ବ୍ୟକ୍ତି ପୋଲିସକୁ ଡାକି ବିସ୍ଫୋରଣ ବିଷୟରେ ସୂଚନା ଦେଇଥିଲେ, ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲା । ବର୍ତ୍ତମାନ ପୋଲିସ ସର୍ଚ୍ଚ ଅପରେସନ ଜାରି କରିଛି , କିନ୍ତୁ ଘଟଣା ସ୍ଥଳରୁ ଏପର୍ଯ୍ୟନ୍ତ କିଛି ମିଳିନାହିଁ ।

ତେବେ ଘଟଣାସ୍ଥଳରେ ତଦନ୍ତ ଜାରି ରହିଛି । ଏହି ସମୟୋ ବମ୍ ସ୍କ୍ୱାର୍ଡର ସ୍ପେଶାଲ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଁଞ୍ଚିଛି । ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି ଯେ ଏପର୍ଯ୍ୟନ୍ତ ଘଟଣାସ୍ଥଳରୁ କିଛି ମିଳିନାହିଁ । ଏହା ସହିତ ଦିଲ୍ଲୀ ପୋଲିସ ମଧ୍ୟ କହିଛି ଯେ ଏପର୍ଯ୍ୟନ୍ତ କୌଣସି ବିସ୍ଫୋରକ ସାମଗ୍ରି ମିଳିନାହିଁ କିନ୍ତୁ ସର୍ଚ୍ଚ ଅପରେସନ ଜାରି ରହିଛି । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, "ସଂନ୍ଧ୍ୟା ପ୍ରାୟ ୫ ଟା ବେଳେ ଆମେ ଫାଟକ ଭିତରେ ଡ୍ୟୁଟି କରୁଥିଲୁ ।

Israel Embassy

ଏକ ଶବ୍ଦ ଆସିଲା ଏବଂ ଆମେ ଅନୁଭବ କଲୁ ଯେ ଟାୟାର ଫାଟିଗଲା । ଆମେ ଏଠାକୁ କିଛି ସମୟ ଚାହିଁଲୁ । ଭିତରେ କିଛି ନଥିଲା । କିନ୍ତ ଯେତେବେଳେ ବାହାର ଆଡକୁ ଦେଖିଲୁ ସେତବେଳେ ଏକ ଗଛ ନିକଟରେ ଧୂଆଁ ଉଠୁଥିବା ଦେଖାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+