Get Updates
Get notified of breaking news, exclusive insights, and must-see stories!

ସ୍ୱର୍ଣ୍ଣ ମନ୍ଦିର ନିକଟରେ ପୁଣି ବୋମାମାଡ଼, ୨ ଦୁର୍ବୃତ୍ତ ଅଟକ

ପଞ୍ଜାବ:ପଞ୍ଜାବ ଅମୃତସର ସ୍ୱର୍ଣ୍ଣ ମନ୍ଦିର ନିକଟରେ ପୁଣି ବିସ୍ଫୋରଣ । ବିଳମ୍ବିତ ରାତିରେ ସ୍ୱର୍ଣ୍ଣ ମନ୍ଦିର ନିକଟରେ ବିସ୍ଫୋରଣ ହୋଇଥିବା ନେଇ ସୂଚନା ରହିଛି । ତେବେ ଏହା ୫ ଦିନ ମଧ୍ୟରେ ତୃତୀୟ ବିସ୍ଫୋରଣ । ବୋମାମାଡ଼ କରିଥିବା ୨ ଦୁର୍ବୃତ୍ତଙ୍କୁ ଅଟକ ରଖାଯିବା ସହ ଫରେନ୍ସିକ ଟିମ୍ ଆରମ୍ଭ କରିଛି ତଦନ୍ତ ।

ସୂଚନାଥାଉ ଯେ, ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିର ନିକଟରେ ସୋମବାର ସକାଳେ ଏକ ବିସ୍ପୋରଣ ହୋଇଥିଲା । ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ସ୍ୱର୍ଣ୍ଣ ମନ୍ଦିରଠାରୁ ଅଳ୍ପ ଦୂରରେ ଥିବା ହେରିଟେଜ୍ ଷ୍ଟ୍ରିଟ୍ ରେ ଏହି ବିସ୍ଫୋରଣ ଘଟିଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ଯେ ମନ୍ଦିର ନିକଟରେ ଏହା ଥିଲା ଦ୍ୱିତୀୟ ବିସ୍ଫୋରଣ ।

 punjab

ଏହା ପୂର୍ବରୁ ଶନିବାର ବିଳମ୍ବିତ ରାତିରେ ହେରିଟେଜ୍ ଷ୍ଟ୍ରିଟ୍ ପାର୍କିଂ ନିକଟରେ ଏକ ବିସ୍ଫୋରଣ ଘଟିଥିଲା ଯେଉଁଥିରେ ତିନି ରୁ ଚାରି ଜଣ ଆହତ ହୋଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ବିଲ୍ଡିଂର ଗ୍ଲାସ ଭାଙ୍ଗି ଯାଇଥିଲା । ଏଥିସହିତ ଅଟୋରେ ଯାତ୍ରା କରୁଥିବା କିଛି ଲୋକଙ୍କ ଉପରେ କାଚ ଖଣ୍ଡ ଲାଗିବାରୁ ସେମାନେ ଆହତ ହୋଇଥିଲେ ।

ତେବେ କିଛି ଦିନ ହେଲା ସ୍ୱର୍ଣ୍ଣ ମନ୍ଦିର ନିକଟରେ ଲଗାତାର ବୋମାମାଡ଼ କରାଯାଉଛି କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଥିବା ବେଳେ ଜାଞ୍ଚ ଆରମ୍ଭ ହୋଇଛି ଏବଂ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+