ନୌଗାମ ଥାନାରେ ବିସ୍ଫୋରଣ: ଜମ୍ମୁକାଶ୍ମୀର ଡିଜିପିଙ୍କ ପ୍ରତିକ୍ରିୟା,କହିଲେ ବିସ୍ଫୋରଣ ‘ଦୁର୍ଘଟଣାଜନିତ
ନୌଗାମ ଥାନାରେ ବିସ୍ଫୋରଣରେ ଜମ୍ମୁକାଶ୍ମୀର ଡିଜିପିଙ୍କ ପ୍ରତିକ୍ରିୟା। ବିସ୍ଫୋରଣ 'ଦୁର୍ଘଟଣାଜନିତ' ଥିବା ନେଇ ଗଣମାଧ୍ୟମକୁ ଦେଲେ ସୂଚନା। ଏହି ଘଟଣାର କାରଣ ସମ୍ପର୍କରେ ଅନ୍ୟ କୌଣସି ଅନୁମାନ ଅନାବଶ୍ୟକ। ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି, ୩୨ ଆହତ। ପୋଲିସ ଓ ଫରେନ୍ସିକ ଟିମ୍ ଯାଞ୍ଚ କଲା ବେଳେ ବିସ୍ଫୋରଣ ଘଟିଥିଲା । ରାତି ପ୍ରାୟ ୧୧ଟା ୨୦ ବେଳେ ଭୟଙ୍କର ବିସ୍ଫୋରଣ ଘଟିଥିଲା ବୋଲି କହିଛନ୍ତି ଡିଜିପି। ବିସ୍ଫୋରଣ କେମିତି ଓ କେଉଁ ପରିସ୍ଥିତିରେ ଘଟିଲା ତଦନ୍ତ ଚାଲିଛି ବୋଲି କହିଛନ୍ତି ଡିଜିପି ।

ଜମ୍ମୁ ଓ କଶ୍ମୀରର ଶ୍ରୀନଗରର ନୌଗାମ୍ ପୁଲିସ ଷ୍ଟେସନ ନିକଟରେ ଦିଲ୍ଲୀ ଭଳି ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ୩୦ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ଅନେକ ଯାନବାହନ ପୋଡ଼ି ପାଉଁଶ ହୋଇଯାଇଛି। ପୁଲିସ ଷ୍ଟେସନ କୋଠାର ଏକ ଅଂଶ ମଧ୍ୟ ଭୁଶୁଡ଼ି ପଡ଼ିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ମୃତଦେହ ଖଣ୍ଡ ଖଣ୍ଡ ହୋଇଯାଇଥିଲା ଏବଂ ଶରୀରର କିଛି ଅଂଶ ୩୦୦ ଫୁଟ ଦୂର ପର୍ଯ୍ୟନ୍ତ ବିଛାଡ଼ି ପଡ଼ିଥିଲା। ବିସ୍ଫୋରଣ ପରେ ନିଆଁ ଲାଗି ଯାଇଥିଲା ଏବଂ ଉଚ୍ଚ ଅଗ୍ନିଶିଖା ବାହାରିବାକୁ ଲାଗିଥିଲା। ଆକାଶରେ କଳା ଧୂଆଁ ବ୍ୟାପି ଯାଇଥିଲା।












Click it and Unblock the Notifications