ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୪ ମୃତ

ଚେନ୍ନାଇ: ତାମିଲନାଡୁର ବିରୁଧୁନଗର ଜିଲ୍ଲାରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ପୋରଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଆହତ ହୋଇଥିବା ସୂଚନା ମିଳିଛି ବୋଲି ଶନିବାର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଦୁଃଖ ପ୍ରକାଶ କରିଛନ୍ତି ।

ଏହା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି । ସୁଚନାନୁସାରେ, ଏହି ଦୁର୍ଘଟଣା ବିରୁଧୁନଗର ଜିଲ୍ଲା ସଭୁର ବ୍ଲକ ପଞ୍ଚୁବରପଟି ଗାଁରେ ହୋଇଛି । ଶନିବାର ସକାଳେ ଏଠାରେ ବାଣ ପ୍ରସ୍ତୁତ କରୁଥିବା କାରଖାନା ମଧ୍ୟରୁ ଗୋଟିକରେ ବିସ୍ଫୋଣ ହୋଇଛି । ଫଳରେ ବାଣ ତିଆରି ହେଉଥିବା ଘର ସମେତ ଆଖପାଖ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

Explosion At Firecracker Factory

ମୁଖ୍ୟମନ୍ତ୍ରୀ ଦୁର୍ଘଟଣାରେ ମୃତକମାନଙ୍କ ପରିବାର ନିମନ୍ତେ ଆର୍ôଥକ ସହାୟତା ଘୋଷଣା କରିଛନ୍ତି । ଏଥିରେ ପ୍ରତି ମୃତକଙ୍କ ପରିବାରକୁ ୩ ଲକ୍ଷ ଟାଙ୍କ ଲେଖାଏଁ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଓ ବାଣ କାରଖାନା ବିସ୍ଫୋରଣରେ ମୃତକଙ୍କ ଚିହ୍ନଟ ହୋଇଛି । ସେମାନେ ହେଲେ ଅଚନ କୁଲମ ଗାଁର ରାଜ କୁମାର , ନାଡୁସୁରନକୁଡିର ମାରିସମି , ବେମ୍ବକୋଟଇର ସେଲଭା କୁମାର ଓ ମୋହନ । ପୋଲିସ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+