ଆଲୁମିନିୟମ ଫଏଲ୍ କାରଖାନାରେ ବିସ୍ଫୋରଣ, ୫ ମୃତ
Maharashtra Fire: ମହାରାଷ୍ଟ୍ରର ନାଗପୁରର ଉମରାରେ ଥିବା ଏକ ଆଲୁମିନିୟମ ଫଏଲ୍ କାରଖାନାରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଯେଉଁଥିରେ 5 ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଥିବା ନେଇ ସୂଚନା ରହିଛି । ଆହତମାନଙ୍କୁ ନାଗପୁରର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ (GMCH)ରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ଚିକିତ୍ସା ଜାରି ରହିଛି ।

ନାଗପୁର ଗ୍ରାମାଞ୍ଚଳର ଏସପି ହର୍ଷ ପୋଦ୍ଦାର କହିଛନ୍ତି, ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେହିପରି କାରଖାନାର କାର୍ଯ୍ୟ ଏବଂ ସୁରକ୍ଷା ମାନଦଣ୍ଡ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି।












Click it and Unblock the Notifications