ଦିଲ୍ଲୀରେ ଜବତ ହେଲା ୧୪ ହଜାର ଲିଟରର ନକଲି କୋଲ୍ଡ ଡ୍ରିଙ୍କସ
ଗୋଟିଏ ପଟେ ବିଷ ବଳୟରେ ଘାଣ୍ଟି ହେଉଛନ୍ତି ଦିଲ୍ଲୀବାସୀ । ଅନ୍ୟ ଦିଗରେ ଏବେ ଏଠାରେ ମାଳମାଳ ନକଲି ଖାଦ୍ୟ ସାମଗ୍ରୀ ଜବତ ହୋଇଛି । ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୪ ହଜାର ଲିଟରର ନକଲି କୋଲ୍ଡ ଡ୍ରିଙ୍କସ, ଏକ୍ସପାଏରୀ ଖାଦ୍ୟ ସାମଗ୍ରୀ, ଚକଲେଟ୍ ଏବଂ ଶିଶୁଙ୍କ ଖାଦ୍ୟ ଜବତ କରାଯାଇଛି । ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ।
ରିପୋର୍ଟ ଅନୁସାରେ, ପୋଲିସକୁ ଦୀର୍ଘ ଦିନ ହେବ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ନକଲି ଖାଦ୍ୟ ସାମଗ୍ରୀ ତିଆରି ନେଇ ଖବର ମିଳୁଥିଲା । ଯାହା ପରେ ଚଢାଉ ପାଇଁ ପ୍ଲାନ୍ ହୋଇଥିଲା । ଅନେକ ଗୁଇନ୍ଦା ତଥ୍ୟ ଆଧାରରେ ଏକ ସନ୍ଦିଗ୍ଧ କାରଖାନାରେ ମଙ୍ଗଳବାର ରେଡ୍ କରାଯାଇଥିଲା । କାରଖାନାରେ ପ୍ରବେଶ କରିବା ପରେ ସେଠାକାର ଦୃଶ୍ୟ ସୁରକ୍ଷାକର୍ମୀଙ୍କୁ ଆଶ୍ଚର୍ଯ୍ୟ କରିପକାଇଥିଲା ।
ବାରକୋଡ ବି ନକଲି ପ୍ରିଣ୍ଟ କରାଯାଉଥିଲା

କାରଖାନାରେ ବିପୁଳ ମାତ୍ରାରେ ଏକ୍ସପାୟାରୀ ହୋଇଥିବା କୋଲ୍ଡ ଡ୍ରିଙ୍କସ ରଖାଯାଇଥିଲା । କିନ୍ତୁ ଏସବୁରେ ମେସିନ ସାହାଯ୍ୟରେ ପୁରୁଣା ତାରିଖ ହଟାଯାଇ ନୂଆ ତାରିଖ ଲେଖାଯାଉଥିଲା ।ଫେକ୍ ବାରକୋଡ୍ ପ୍ରସ୍ତୁତ କରାଯାଇ ବୋତଲରେ ଲଗାଯାଉଥିଲା । ଯାହା ଦ୍ୱାରା ଏହା ଅସଲି ଲାଗିବ ଏବଂ ସହଜରେ ବଜାରରେ ବିକ୍ରି ହୋଇଯିବ।












Click it and Unblock the Notifications