ମହଙ୍ଗା ପଡିଲା ବିବାଦୀୟ ବୟାନ, ସୋନିଆଙ୍କ ବିରୋଧରେ ମାମଲା ରୁଜୁ

ରାଷ୍ଟ୍ରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଘଟଣା । ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ। ବଜେଟ୍‌ ଅଧିବେଶନର ପ୍ରଥମ ଦିବସରେ ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ପୁଅର ଲେଡି ବୋଲି କହିବା ମନ୍ତବ୍ୟକୁ ନେଇ ରାଜନୀତି ସରଗରମ ରହିଛି ।

sonia gandhi

ଏହି ମାମଲାରେ ସୋନିଆ ଗାନ୍ଧୀଙ୍କ ବିରୋଧରେ ମୁଜାଫରପୁର କୋର୍ଟରେ ମାମଲା ରୁଜୁ ହୋଇଛି । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ଅସମ୍ମାନ କରିଥିବା ଅଭିଯୋଗରେ ସୋନିଆଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ସ୍ଥାନୀୟ ଆଇନଜୀବୀ ସୁଧୀର ଓଝା ଶନିବାର କୋର୍ଟରେ ଅଭିଯୋଗ ଦାଖଲ କରିଛନ୍ତି ।

ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସହ-ଅଭିଯୁକ୍ତ ଭାବେ ଘୋଷଣା କରିବା ସହ ସେମାନଙ୍କ ବିରୋଧରେ ମଧ୍ୟ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଓଝା ଦାବି କରିଛନ୍ତି । ବଜେଟ୍ ଅଧିବେଶନ ପୂର୍ବରୁ ସଂସଦରେ ରାଷ୍ଟ୍ରପତି ମୁର୍ମୁଙ୍କ ମିଳିତ ଅଭିଭାଷଣ ପରେ ଏହି ବିବାଦ ଉପୁଜିଥିଲା। ଯେତେବେଳେ ସାମ୍ବାଦିକମାନେ ସୋନିଆ ଗାନ୍ଧୀଙ୍କୁ ରାଷ୍ଟ୍ରପତିଙ୍କ ଭାଷଣ ବିଷୟରେ ପଚାରିଥିଲେ, ସେ କହିଥିଲେ- 'ଶେଷ ବେଳକୁ ରାଷ୍ଟ୍ରପତି ବହୁତ ଥକି ଯାଉଥିଲେ। ସେ କହିପାରୁନଥିଲେ, ବିଚାରୀ ମହିଳା ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+