ଡିଏମ୍କେରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
ଆସନ୍ତା ବିଧାନସଭା ନିର୍ବାଚନରେ ଓପିଏସ୍ଙ୍କୁ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ଥେନିର ବୋଡୁ ମେଟ୍ଟୁ ବିଧାନସଭା ଆସନରୁ ଛିଡ଼ା କରାଯିବ। ଓପିଏସ୍ ଓ ଡିଏମ୍କେ ନେତାଙ୍କ ମଧ୍ୟରେ ଅନେକ ଥର ଆଲୋଚନା ପରେ ତାଙ୍କୁ ଡିଏମକେରେ ସାମିଲ କରାଯାଇଛି। ମନ୍ତ୍ରୀ ପିଏସ୍ ଶେକର ବାବୁଙ୍କର ଏଥିରେ ବଡ଼ ଭୂମିକା ରହିଥିଲା। ପନ୍ନିର୍ସେଲଭମଙ୍କୁ ସାମିଲ କରିବା ଦ୍ବାରା ଡିଏମ୍କେ ଦକ୍ଷିଣ ତାମିଲନାଡ଼ୁରେ ଏହାର ସ୍ଥିତି ମଝଭୁତ କରିଛି। ବିଶେଷ କରି ଥେଭର୍ ବେଲ୍ଟରେ ପନ୍ନିରସେଲଭରଙ୍କର ପ୍ରଭାବ ରହିଥିବାରୁ ଡିଏମ୍କେକୁ ଏଥିରେ ଲାଭ ମିଳିବ। ଡିଏମ୍କେରେ ପନ୍ନିରସେଲଭମ୍ଙ୍କ ଯୋଗଦାନ ଦକ୍ଷିଣ ତାମିଲନାଡ଼ୁରେ ଏଆଇଏଡିଏମ୍କେ ସ୍ଥିତିକୁ ଅଧିକ ଦୁର୍ବଳ କରିବ।

ପଲାନିସ୍ବାମୀ ସ୍ବେଚ୍ଛାଚାରୀ ଭାବେ ଦଳକୁ ପରିଚାଳନା କରୁଛନ୍ତି ବୋଲି ଓପିଏସ୍ କହିଛନ୍ତି। ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ଙ୍କ ସୁଶାସନରେ ରାଜ୍ୟରେ ଉନ୍ନତି ଘଟିଛି ବୋଲି ସେ କହିଛନ୍ତି। ତିନିଥର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଓପିଏସ୍ ଜୟଲଳିତାଙ୍କ ମୃତ୍ୟୁ ପରେ ଦଳ ଭିତରେ ତୀବ୍ର କ୍ଷମତା କନ୍ଦଳର ସମ୍ମୁଖୀନ ହୋଇଥିଲେ। ପଲାନିସ୍ବାମୀଙ୍କ ସହିତ ତାଙ୍କ ଶତ୍ରୁତା ପରେ ଏଆଇଏଡିଏମ୍କେର ସାଙ୍ଗଠନିକ ନିୟନ୍ତ୍ରଣ ହରାଇଥିଲେ। ନିଜର ଅଲଗା ଦଳ ପ୍ରତିଷ୍ଠା କରିଥିଲେ ମଧ୍ୟ ଏଥିରେ ସଫଳ ହୋଇନଥିଲେ। ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ପନ୍ନିରସେଲଭମ୍ ଏଆଇଏଡିଏମ୍କେକୁ ଫେରିବାକୁ ଚାହୁଥିଲେ ମଧ୍ୟ ପଲାନିସ୍ବାମୀଙ୍କ ପକ୍ଷରୁ ଏହାକୁ ଗ୍ରହଣ କରାଯାଇଥିଲା।












Click it and Unblock the Notifications