Exit Poll Time for Haryana and Jammu Kashmir: କେତେବେଳେ ଆସିବ ଏକଜିଟ୍ ପୋଲ୍? ?
Exit Poll Time for Haryana and Jammu Kashmir: ହରିୟାଣା ବିଧାସଭା ନିର୍ବାଚନ ଲାଗି ଚାଲିଛି ମତଦାନ । ଅନ୍ୟପଟେ ଜାମ୍ମୁ କାଶ୍ମୀରରେ ସମସ୍ତ ପର୍ଯ୍ୟାୟ ପାଇଁ ଭୋଟ୍ ଭୋଟ ଗ୍ରହଣ ଶେଷ ହୋଇଛି । ଭୋଟ୍ ଗଣନା ଅକ୍ଟୋବର ୮ ରେ ହେବ, ତା'ପରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।
କିନ୍ତୁ ଦେଶବାସୀ ଏକ୍ଜିଟ୍ ପୋଲର ରେଜଲ୍ଟକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ଚ୍ୟାନେଲ ଏବଂ ସର୍ଭେ ଏଜେନ୍ସିଗୁଡ଼ିକର ମୂଲ୍ୟାଙ୍କନ କ'ଣ? କିଏ ଗଢ଼ିବ କେଉଁଠି ସରକାର? ଆଜି ଆସିବ ତାହାର ଏକଜିଟ୍ ପୋଲ ରେଜଲ୍ଟ
ଏକଜିଟ୍ ପୋଲ୍ କେତେବେଳେ ଆସିବ ?

ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ହରିୟାଣାରେ ମତଦାନ ଅନୁଷ୍ଠିତ ହେବ। ଏହା ପରେ, ଏକଜିଟ୍ ପୋଲ୍ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଆରମ୍ଭ ହେବ। ଏହି ଏକଜିଟ୍ ପୋଲ୍ ମାଧ୍ୟମରେ ଆପଣ ଜାଣିପାରିବେ ଯେ ହରିୟାଣା, ଜାମ୍ମୁ କାଶ୍ମୀରରେ କିଏ ସରକାର ଗଠନ କରିବାର ସମ୍ଭାବନା ରହିଛି। ତଥାପି, ଏହା ଜରୁରୀ ନୁହେଁ ଯେ ପ୍ରତ୍ୟେକ ଥର ଏକଜିଟ୍ ପୋଲ୍ ଠିକ୍ ବୋଲି ପ୍ରମାଣିତ ହୁଏ, ଅନେକ ଥର ଏକଜିଟ୍ ପୋଲ ମଧ୍ୟ ଭୁଲ୍ ପ୍ରମାଣିତ ହୋଇଛି ।












Click it and Unblock the Notifications