Haryana and Jammu Kashmir elections 2024 exit-poll highlights :କିଏ ଗଢ଼ିବ ସରକାର?
Haryana Assembly Election Exit Poll Results 2024: ଆସିଛି ଭୋଟ ବାହୁଡା ମତ। ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଭୋଟିଂ ସରିବା ପରେ ପ୍ରକାଶ ପାଇଛି ଏକଜିଟ୍ ପୋଲ୍। ହରିୟାଣା ବିଧାନସଭାର ୯୦ଟି ଆସନ ପାଇଁ ଭୋଟ ଶେଷ ହେବା ପରେ ସମସ୍ତଙ୍କ ଅପେକ୍ଷା ଅକ୍ଟୋବର ୮କୁ। କାରଣ ସେହିଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହାପୂର୍ବରୁ ଆସିଛି ଏକଜିଟ ପୋଲ ରେଜଲ୍ଟ।
ତେବେ ଆସନ୍ତୁ ଜାଣିବା ବିଭିନ୍ନ ଏକଜିଟ୍ ପୋଲ୍ ଏଜେନ୍ସି ଅନୁସାରେ ହରିୟାଣାରେ କିଏ ସରକାର ଗଢିବାକୁ ଯାଉଛି। ୨୦୧୪ ଓ ୨୦୧୯ରେ ହରିୟାଣାରେ କ୍ଷମତା ଦଖଲ କରିଥିବା ଭାଜପାକୁ ଏକଜିଟ ପୋଲ ଫଳାଫଳ ଝଟକା ଦେଇଛି। ହ୍ୟାଟ୍ରିକ ବିଜୟ ପାଇଁ ଲକ୍ଷ୍ୟ ରଖିଥିବା ଭାଜପାକୁ ହରିୟାଣାରେ ପରାଜୟର ସାମ୍ନା କରିବାକୁ ପଡ଼ିପାରେ।ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟରେ କଂଗ୍ରେସ ୧୦ ବର୍ଷ ପରେ ହରିୟାଣାରେ କ୍ଷମତାକୁ ଆସୁଥିବା ଦର୍ଶାଯାଇଛି ।

ସେହିପରି ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଏକଜିଟ ପୋଲ୍ ପ୍ରକାଶ ପାଇଛି । ଅଧିକାଂଶ ରିପୋର୍ଟରେ ଜମ୍ମୁ ଓ କଶ୍ମୀରରେ କାହାକୁ ସ୍ପଷ୍ଟ ବହୁମତ ନମିଳିବାର ସମ୍ଭାବନା ରହିଛି । କିନ୍ତୁ ନ୍ୟାସନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ ବିଜେପି ତୁଳନାରେ ଆଗୁଆ ରହିବାର ସମ୍ଭାବନା ରହିଛି । ତେବେ ଜମ୍ମୁ ଅଂଚଳରେ କଂଗ୍ରେସ-ଏନସି ମେଣ୍ଟ ଠାରୁ ବିଜେପି ଆଗୁଆ ରହିବାର ସମ୍ଭାବନା ରହିଛି ।
ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଦୈନିକ ଭାସ୍କର ସର୍ଭେ ଅନୁଯାୟୀ, ଜମ୍ମୁ-କଶ୍ମୀରରେ କଂଗ୍ରେସ-ଏନସି ମେଣ୍ଟକୁ ୩୫ରୁ ୪୦ ଟି ଆସନ ମିଳିପାରେ ଏବଂ ବିଜେପିକୁ ୨୦-୨୫ ଟି ଆସନ ମିଳିପାରେ । ସେହିପରି ପିଡିପିକୁ ୪ରୁ ୭ଟି ଆସନ ମିଳିପାରେ। ଏହାବ୍ୟତୀତ ୧୨ରୁ ୧୬ଟି ସିଟ୍ ଅନ୍ୟମାନଙ୍କୁ ମିଳିପାରେ ।
ସି-ଭୋଟର ସର୍ଭେ ଅନୁଯାୟୀ, କଂଗ୍ରେସ-ଏନସି ମେଣ୍ଟକୁ ୪୦ରୁ ୪୮ ଆସନ ଓ ବିଜେପିକୁ ୨୭ରୁ ୩୨ ଆସନ ଓ ଅନ୍ୟମାନଙ୍କୁ ୬ରୁ ୧୧ଟି ଆସନ ମିଳିବାର ସମ୍ଭାବନା ରହିଛି । କିନ୍ତୁ ଜମ୍ମୁ ଅଞ୍ଚଳର ୪୩ଟି ଆସନମଧ୍ୟରୁ ବିଜେପି ଏଠାରୁ ୨୭ରୁ ୩୧ଟି ଆସନ ପାଇପାରେ। କଂଗ୍ରେସକୁ ୧୧ରୁ ୧୫ ଟି ଆସନ ମିଳିପାରେ । ପିଡିପିକୁ ୨ଟି ଓ ଅନ୍ୟମାନଙ୍କୁ ଗୋଟିଏ ଆସନ ମିଳିପାରେ।
ହରିଆଣାରେ କିଏ ଗଢିବା ସରକାର ?
'ହରିୟାଣାରେ ଆମର କେବଳ ସଂଖ୍ୟାଗରିଷ୍ଠତା ରହିଛି'
#WATCH सिरसा, हरियाणा: कांग्रेस नेता अशोक तंवर ने कहा, "आज हरियाणा और जम्मू-कश्मीर के लिए एग्जिट पोल आए हैं और सभी एग्जिट पोल के अंदर में कांग्रेस पार्टी बड़े बहुमत की ओर अग्रसर है। ये दिखाता है कि राहुल गांधी की यात्रा और उन्होंने जो आवाज मजबूती से उठाई उसका असर हमें देखने को… pic.twitter.com/vb3jidDH11
— ANI_HindiNews (@AHindinews) October 5, 2024
‘ଏନସି-କଂଗ୍ରେସ କାଶ୍ମୀରରେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରୁଥିବା ପରି ମନେହୁଏ'
'ହରିୟାଣାର ୬୭ ପ୍ରତିଶତ ଜାଟ୍ କଂଗ୍ରେସ କୁ ଦେଇଛନ୍ତି ଭୋଟ୍ ‘
#ExitPollOnIndiaTV | हरियाणा में किसानों ने कांग्रेस को जमकर वोट दिया- एग्जिट पोल@journosaurav | @pawan_nara | @DParashar17 | #ExitPoll | #HaryanaElection2024 | #HaryanaElections | #Haryana | #AAP | #Congress | #BJP pic.twitter.com/iJkCNmFhit
— India TV (@indiatvnews) October 5, 2024












Click it and Unblock the Notifications