Exit Poll 2025: ୨୭ ବର୍ଷ ପରେ ଦିଲ୍ଲୀ ଦଖଲ କରିବ ବିଜେପି !
ଦିଲ୍ଲୀ ଦଖଲ କରିବ ବିଜେପି ! ବିଭିନ୍ନ ସଂସ୍ଥାର ଆକଳନ ଅନୁସାରେ ବିଜେପି ଏଥର ଆପକୁ ପଛରେ ପକାଇବ । ମାଟ୍ରିଜ୍ର ଆକଳନ ଅନୁସାରେ ଆପ୍କୁ ୩୨-୩୭ ଆସନ ମିଳିବାକୁ ଥିବା ବେଳେ ବିଜେପି ଖାତାକୁ ଯାଇପାରେ ୩୫-୪୦ ଆସନ୍ । ତେବେ ୭୦ ବିଧାନସଭା ଆସନରୁ ୩୬ ସିଟ୍ରେ ବିଜୟୀ ହେଲେ ହିଁ କୌଣସି ଦଳ ଦିଲ୍ଲୀରେ ସରକାର ଗଠନ କରିପାରିବ ।
ମାଟ୍ରିଜ୍ ଅନୁସାରେ, ଗତ ଦୁଇଟି ନିର୍ବାଚନରେ ଖାତା ଖୋଲିନଥିବା କଂଗ୍ରେସକୁ ଗୋଟିଏ କମ୍ବା କୌଣସି ଆସନ ମିଳିନପାରେ ।

ବିଭିନ୍ନ ସଂସ୍ଥା ଦ୍ବାରା ହୋଇଥିବା ଏକଜିଟ୍ ପୋଲ୍
ଚାଣକ୍ୟ ଷ୍ଟ୍ରାଟେଜିଜ୍-
ଆପ୍: ୩୯-୪୪
ବିଜେପି: ୨୫-୨୮
କଂଗ୍ରେସ:୨-୩
ଜେଭିସି-
ଆପ୍: ୨୨-୩୧
ବିଜେପି: ୩୯-୪୫
କଂଗ୍ରେସ:୦-୨
ପି-ମାର୍କ
ଆପ୍: ୨୧-୩୧
ବିଜେପି: ୩୯-୪୯
କଂଗ୍ରେସ:୦-୧
ପୋଲ ଅଫ ଦି ପୋଲ୍ସ
ଆପ୍: ୨୫
ବିଜେପି: ୬୫
କଂଗ୍ରେସ: ୫
ପିପୁଲ୍ସ ପଲସ୍
ଆପ୍: ୧୦-୧୯
ବିଜେପି: ୫୧-୬୦
ପିପୁଲ୍ସ ଇନସାଇଟ୍
ଆପ୍ ୨୫-୨୯
ବିଜେପି: ୪୦-୪୪
କଂଗ୍ରେସ: ୦-୦୧
ସୂଚନାଯୋଗ୍ୟ, ବୁଧବାର ଦିଲ୍ଲୀରେ ମତଦାନ ଶେଷ ହୋଇଥିବା ବେଳେ ସବୁ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ ହୋଇଛି । ଫେବୃଆରୀ ୮ରେ ଭୋଟ ଗଣତି ହେବା ପରେ ଜାତୀୟ ରାଜଧାନୀରେ କେଉଁ ଦଳ ସରକାରଗ ଗଢ଼ିବ ତାହା ସ୍ପଷ୍ଟ ହୋଇଯିବ ।












Click it and Unblock the Notifications