Exit Poll 2022: ଗୁଜୁରାଟରେ ଏକତରଫା ବିଜେପି, ହିମାଚଳ ପ୍ରଦେଶରେ କଡ଼ା ଟକ୍କର ଦେଲା କଂଗ୍ରେସ
Exit Poll 2022: ଗୁଜୁରାଟରେ ଏକତରଫା ବିଜେପି, ହିମାଚଳ ପ୍ରଦେଶରେ କଡ଼ା ଟକ୍କର ଦେଲା କଂଗ୍ରେସ
Exit Poll Results Gujarat, Himachal Pradesh: ଗୁଜୁରାଟରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଆଜି ସନ୍ଧ୍ୟାରେ ଶେଷ ହେବା ପରେ 8 ତାରିଖ ଦିନ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ମଧ୍ୟ ଡିସେମ୍ବର 8 ରେ ପ୍ରକାଶ ପାଇବ। କିନ୍ତୁ ଅନ୍ତିମ ନିର୍ବାଚନ ଫଳାଫଳ ପୂର୍ବରୁ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ପାଇଁ ଏକଜିଟ୍ ପୋଲ୍ ଫଳାଫଳ ପ୍ରକାଶ ପାଇଛି ।

ଏକଜିଟ୍ ପୋଲର ଫଳାଫଳ ସୂଚାଇ ଦେଇଛି ଯେ, ଗୁଜୁରାଟରେ ବିଜେପି ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବ। ଅନ୍ୟପକ୍ଷରେ ହିମାଚଳ ପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ସଂଘର୍ଷ ଲାଗିଥିବା ଜଣାପଡିଛି । ଅନ୍ୟପକ୍ଷରେ ଦିଲ୍ଲୀ ଏମସିଡି ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଜିତିବ ବୋଲି ଆଶା କରାଯାଉଛି ।
ତେବେ ଆସନ୍ତୁ ଦେଖିବା ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା ଏକଜିଟ୍ ପୋଲ୍ -
ଗୁରୁରାଟ ଏକଜିଟ୍ ପୋଲ୍:
- ଟାଇମ୍ସ ନାୱ ନବଭାରତ ETG ଏକଜିଟ୍ ପୋଲ୍
ବିଜେପି: 135-145 ଆସନ । କଂଗ୍ରେସ: 24-34 ଟି ସିଟ୍ । ଆପ୍: 6-16 ଆସନ ।
- ଏବିପି CVoter ଏକଜିଟ୍ ପୋଲ୍
ବିଜେପି: 128-140 ସିଟ୍ । କଂଗ୍ରେସ: 31-43 ସିଟ୍ । ଆପ୍: 3-11 ସିଟ୍ ।
- ଆଜ୍ ତକ୍ ଆକ୍ସିସ୍ ମାଇଁ ଇଣ୍ଡିଆ (Aaj Tak-Axis My India)
ବିଜେପି: 129-151 ସିଟ୍ । କଂଗ୍ରେସ: 16-30 ସିଟ୍ । ଆପ୍: 9-21 ସିଟ୍ ।
- ନ୍ୟୁଜ୍ 24- ଟୁଡେଜ୍ (NEWS 24 - TODAY'S) ଏକଜିଟ୍ ପୋଲ୍
ବିଜେପି: 150 ସିଟ୍ । କଂଗ୍ରେସ: 19 ସିଟ୍ । ଆପ୍: 11 ସିଟ୍ ।
- ନ୍ୟୁଜ ଏକ୍ସ ଜନ କି ବାତ୍ (NEWS X - JAN KI BAAT)
ବିଜେପି: 117-140 ସିଟ୍ । କଂଗ୍ରେସ: 34-51 ସିଟ୍ । ଆପ୍: 6-13 ସିଟ୍ ।
- ରିପବ୍ଲକ୍ (REPUBLIC - P-MARQ)
ବିଜେପି: 128-148 ସିଟ୍ । କଂଗ୍ରେସ: 30-42 ସିଟ୍ । ଆପ୍: 2-10 ସିଟ୍ ।
- ଟିଭି 9 ଗୁଜୁରାଟୀ (TV9 - GUJARATI)
ବିଜେପି: 125-130 ସିଟ୍ । କଂଗ୍ରେସ: 40-50 ସିଟ୍ । ଆପ୍: 3-5 ସିଟ୍ ।
- ଜି-ନ୍ୟୁଜ୍ ବାର୍କ (ZEE NEWS - BARC)
ବିଜେପି: 110-125 ସିଟ୍ । କଂଗ୍ରେସ: 45-60 ସିଟ୍ । ଆପ୍: 1-5 ସିଟ୍ ।
ହିମାଚଳ ପ୍ରଦେଶ ଏକଜିଟ୍ ପୋଲ୍
- ଟାଇମ୍ସ ନାୱ ନବଭାରତ ETG ଏକଜିଟ୍ ପୋଲ୍
ବିଜେପି: 34-42 । କଂଗ୍ରେସ: 24-32 ଟି ସିଟ୍ । ଆପ୍: 0 ଆସନ ।
- ଏବିପି CVoter ଏକଜିଟ୍ ପୋଲ୍
ବିଜେପି: 33-41 ସିଟ୍ । କଂଗ୍ରେସ: 24-32 ସିଟ୍ । ଆପ୍: 0 ସିଟ୍ ।
- ଆଜ୍ ତକ୍ ଆକ୍ସିସ୍ ମାଇଁ ଇଣ୍ଡିଆ (Aaj Tak-Axis My India)
ବିଜେପି: 24-34 ସିଟ୍ । କଂଗ୍ରେସ: 30-40 ସିଟ୍ । ଆପ୍: 0 ସିଟ୍ ।
- ନ୍ୟୁଜ୍ 24- ଟୁଡେଜ୍ (NEWS 24 - TODAY'S) ଏକଜିଟ୍ ପୋଲ୍
ବିଜେପି: 33 ସିଟ୍ । କଂଗ୍ରେସ: 33 ସିଟ୍ । ଆପ୍: 0 ସିଟ୍ ।
- ନ୍ୟୁଜ ଏକ୍ସ ଜନ କି ବାତ୍ (NEWS X - JAN KI BAAT)
ବିଜେପି: 32-40 ସିଟ୍ । କଂଗ୍ରେସ: 27-34 ସିଟ୍ । ଆପ୍: 0 ସିଟ୍ ।
- ରିପବ୍ଲକ୍ (REPUBLIC - P-MARQ)
ବିଜେପି: 34-39 ସିଟ୍ । କଂଗ୍ରେସ: 28-33 ସିଟ୍ । ଆପ୍: 0 ସିଟ୍ ।
- ଟିଭି 9 ଗୁଜୁରାଟୀ (TV9 - GUJARATI)
ବିଜେପି: 33 ସିଟ୍ । କଂଗ୍ରେସ: 31 ସିଟ୍ । ଆପ୍: 0 ସିଟ୍ ।
- ଜି-ନ୍ୟୁଜ୍ ବାର୍କ (ZEE NEWS - BARC)
ବିଜେପି: 35-40 ସିଟ୍ । କଂଗ୍ରେସ: 20-25 ସିଟ୍ । ଆପ୍: 0
ସିଟ୍ ।












Click it and Unblock the Notifications