ତୁରନ୍ତ ଲେବାନନ ଛାଡ଼ିବାକୁ ନିଜ ନାଗରିକଙ୍କୁ କହିଲା ଭାରତ
ବେରୁତ: ଇସ୍ରାଏଲ ଏବଂ ହିଜବୁଲ ମଧ୍ୟରେ ବଢୁଥିବା ତିକ୍ତତା ଭିତରେ ଆଡଭାଇଜରୀ ଜାରି କଲା ଭାରତୀୟ ଦୂତାବାସ। ଗୁରୁବାର ଦିନ ବେରୁତରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକମାନଙ୍କୁ ଲେବାନନ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି। ହମାସ ମୁଖ୍ୟ ଇସମାଇଲ ହାନିଏ ଓରଫ ଇସମାଇଲ ହାନିଆଙ୍କ ହତ୍ୟା ପରେ ଇସ୍ରାଏଲ ଓ ଇରାନ ମଧ୍ୟରେ ସିଧାସଳଖ ଯୁଦ୍ଧ ହେବାର ଆଶଙ୍କା ସୃଷ୍ଟି ହୋଇଛି।
ଲେବନାନ ଓ ଇରାନ ଏକାଠି ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛନ୍ତି, କାରଣ ଇସ୍ରାଏଲ ମଧ୍ୟ ସେହି ଦିନ ଜଣେ ହିଜବୁଲ୍ଲା କମାଣ୍ଡରଙ୍କୁ ହତ୍ୟା କରିଥିଲା । ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଯୁଦ୍ଧ ଆଶଙ୍କା କରି ଭାରତ ଲେବାନନରେ ରହୁଥିବା ନିଜ ନାଗରିକମାନଙ୍କୁ ସତର୍କ ସୂଚନା ଜାରି କରିଛି।

ଇସ୍ରାଏଲ ଏବଂ ଉଗ୍ରବାଦୀ ସଂଗଠନ ହିଜବୁଲ୍ଲା ମଧ୍ୟରେ ଉତ୍ତେଜନା ବଢ଼ୁଥିବାରୁ ଲେବାନନର ରାଜଧାନୀ ବେରୁତରେ ଥିବା ଭାରତୀୟ ଦୂତାବାସ ଗୁରୁବାର ଭାରତୀୟ ନାଗରିକମାନଙ୍କୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ପଶ୍ଚିମ ଏସୀୟ ଦେଶକୁ ଯାତ୍ରା ନ କରିବାକୁ ଏବଂ ଉକ୍ତ ଦେଶ ଛାଡିବାକୁ କଡ଼ା ପରାମର୍ଶ ଜାରି କରିଛି।
ସେହିଭଳି ଅଷ୍ଟ୍ରେଲିଆ ନିଜର ନାଗରିକଙ୍କୁ ଲେବାନନ ନଯିବାକୁ ଏବଂ ସେଠାରେ ଥିବା ନିଜର ଲୋକଙ୍କୁ ଶୀଘ୍ର ଫେରିଆସିବାକୁ ନିର୍ଦ୍ଦେଶ ଦେଇଛି । ତେବେ ଲେବାନନର ରାଜଧାନୀ ବେରୁଟରେ ହିଜବୁଲାର ଜଣେ ଶୀର୍ଷ କମାଣ୍ଡରକୁ ଇସ୍ରାଏଲ ସେନା ହତ୍ୟା କରିବା ପରେ ପଶ୍ଚିମ ଏସିଆ ଅଶାନ୍ତ ହୋଇଉଠିଛି । ଏହା ପରେ ବେରୁଟରେ ଥିବା ଭାରତୀୟ ଦୂତାବାସ ବିଜ୍ଞପ୍ତି ଜାରି କରି ଭାରତୀୟ ନାଗରିକଙ୍କୁ ଲେବାନନରୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଛି ।
ଏହା ସହ ଲେବାନନ ଯାତ୍ରା ନକରିବାକୁ ଭାରତୀୟ ନାଗରିକଙ୍କୁ କହିଛି ଦୂତାବାସ । ଯେଉଁମାନେ ଜରୁରି କାର୍ଯ୍ୟ ପାଇଁ ଲେବାନନରେ ରହିଛନ୍ତି ସେମାନଙ୍କୁ ଦୂତାବାସ ସ୍ନେହ ସଂପର୍କରେ ରହିବାକୁ କୁହାଯାଇଛି । ଭାରତ ବ୍ୟତୀତ ବ୍ରିଟେନ୍ ଏବଂ ଆମେରିକା ନିଜ ନିଜର ନାଗରିକଙ୍କ ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅନେକ ଦେଶ ବୁଧବାର ଦିନ ଆଡଭାଇଜରି ଜାରି କରିସାରିଛନ୍ତି ।












Click it and Unblock the Notifications