ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା: କେଜ୍ରିୱାଲଙ୍କୁ ମିଳିଲା ନାହିଁ ଜାମିନ

Excise Policy Case: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆଶ୍ୱସ୍ତି ମିଳିନାହିଁ । ଆଜି ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ମଞ୍ଜୁର କରିନାହାଁନ୍ତି ।

Excise Policy Case

ସୂଚନା ଅନୁସାରେ, କୋର୍ଟରେ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂଘଭି ମନିଷ ସିସୋଦିଆଙ୍କୁ ମିଳିଥିବା ଜାମିନ ଆବେଦନର ଉଦାହରଣ ଦେଇ କେଜ୍ରିୱାଲଙ୍କ ଜାମିନ ମଞ୍ଜୁର କରାଇବା ପାଇଁ ଉଦ୍ୟମ କରିଥିଲେ । ହେଲେ ତାଙ୍କ ଯୁକ୍ତିକୁ କୋର୍ଟ ଗ୍ରହଣ କରିନଥିଲେ ଏବଂ ଆଜି କେଜ୍ରିୱାଲଙ୍କୁ ଜାମିନ ମିଳିନଥିଲା । ମେ'୨୧ ତାରିଖରେ ଦିଲ୍ଲୀ ହାଇକୋର୍ଟ ସିସୋଦିଆଙ୍କୁ ଜାମିନ ଦେବା ପାଇଁ ମନା କରିଦେଇଥିଲେ । ଏହାପରେ ସିସୋଦିଆ ସୁପ୍ରିମକୋର୍ଟରେ ଅପିଲ କରି ତାଙ୍କ କେଶର କୌଣସି ଅଗ୍ରଗତି ହେଉ ନାହିଁ ବୋଲି ଜଣାଇଥିଲେ ।

ଚଳିତ ମାସ ୯ ତାରିଖରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଜାମିନ ମିଳିଥିଲା । ଏବଂ ସେ ଦୀର୍ଘ ୧୯ ମାସ ପରେ ଜେଲରୁ ବାହାରିଛନ୍ତି । ସୂଚନା ଅନୁସାରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ ତାରିଖରେ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+