୬ରେ ‘ପରୀକ୍ଷା ପେ ଚର୍ଚ୍ଚା; ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଚାପରୁ ବାହାର କରିବା ଏବଂ ସେମାନଙ୍କୁ ସକାରାତ୍ମକ ବିଚାର ସହ ଆଗକୁ ବଢ଼ିବା ଲାଗି ପ୍ରେରିତ କରିବା ଲାଗି ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ 'ପରୀକ୍ଷା ପେ ଚର୍ଚ୍ଚା'(ପିପିସି)ର ୯ମ ସଂସ୍କରଣ ଆସୁଛି । ଆସନ୍ତା ୬ ତାରିଖ ସକାଳ ୧୦ଟାରେ ସାରା ଦେଶର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ସହ ମୋଦି ସିଧାସଳଖ ଆଲୋଚନା କରିବେ । ଏ ନେଇ ମୋଦି ତାଙ୍କ ଏକ୍ସ ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି ।













Click it and Unblock the Notifications