ଚର୍ଚ୍ଚାରେ ହିମାଚଳରେ ତିନି ଭାଇ, ପିତାଙ୍କ ଅନ୍ତିମ ସଂସ୍କାର ପରେ କଲେ ମତଦାନ
ପିତାଙ୍କ ଅନ୍ତିମ ସଂସ୍କାର ପରେ ମତଦାନ କଲେ ତିନି ଭାଇ । ହିମାଚଳ ମଣ୍ଡିରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ । ଯାହାକୁ ନେଇ ଏବେ ଚାରିଆଡେ ହେଉଛି ଚର୍ଚ୍ଚା ।
ଶିମଲା: ହିମାଚଳରେ ମତଦାନ ଶେଷ ହୋଇଛି। ଡିସେମ୍ବର ୮ ରେ ଭୋଟ୍ ଗଣନା ହେବ। ମଣ୍ଡି ଜିଲ୍ଲାର ବାଲହ ବିଧାନସଭା ନିର୍ବାଚନମଣ୍ଡଳୀର ଏକ ଗ୍ରାମ ପଞ୍ଚାୟତ ଲୁହାଖରର ମଣିରାମ ଏବଂ ତାଙ୍କର ଦୁଇ ଭାଇ ଏକ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ମତଦାନ ଦିନ ପିତାଙ୍କ ଦେହାନ୍ତ ହେବା ପରେ ପୁରା ପରିବାର ଅନ୍ତିମ ସଂସ୍କାର ମଧ୍ୟ କରିଥିଲେ । ଏହାପରେ ଶ୍ମଶାନ ଘାଟରୁ ସିଧା ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଛନ୍ତି ।

ସମଗ୍ର ଅଞ୍ଚଳରେ ଏହାକୁ ବ୍ୟାପକ ପ୍ରଶଂସା କରାଯାଉଛି । ଲୁହାଖର ପଞ୍ଚାୟତ ମୁଖ୍ୟ ଟେକଚାନ୍ଦ କହିଛନ୍ତି ଯେ ସକାଳେ ମଣିରାମଙ୍କ ପିତାଙ୍କ ମୃତ୍ୟୁ ଖବର ସମସ୍ତ ଗ୍ରାମବାସୀଙ୍କୁ ଚକିତ କରିଥିବାବେଳେ ଅନ୍ୟପଟେ ମଣିରାମ ଗଣତନ୍ତ୍ରର ସୌନ୍ଦର୍ଯ୍ୟର ଉଦାହରଣ ଭାବରେ ମତାଧିକାର ବ୍ୟକ୍ତ କରି ଜଣେ ସଚେତନ ଭୋଟରଙ୍କ କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ମନରେ ପିତାଙ୍କ ମୃତ୍ୟୁର ଯନ୍ତ୍ରଣା ସହିତ ଶ୍ମଶାନରୁ ସିଧାସଳଖ ମତଦାନ କେନ୍ଦ୍ରକୁ ଆସିବା ଯମା ବି ଛୋଟ କଥା ନୁହେଁ । ମତଦାନ କରି ମଣିରାମ ଶିଖାଇଥିଲେ ଯେ ପ୍ରତ୍ୟେକ ଭୋଟ୍ ଏକ ଶକ୍ତିଶାଳୀ ଗଣତନ୍ତ୍ର ଏବଂ ଦେଶର ବିକାଶ ପାଇଁ କେତେ ମୂଲ୍ୟବାନ ।












Click it and Unblock the Notifications