ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା: ୧୦ ବର୍ଷ ପରେ କଂଗ୍ରେସକୁ ଫେରିଲେ କେନ୍ଦ୍ରମନ୍ତ୍ରୀ ବିରେନ୍ଦ୍ର ସିଂ

Haryana News: ଲୋକସଭା ନିର୍ବାଚନ ପୂର୍ବରୁ ହରିୟାଣା ବିଜେପିକୁ ବଡ଼ ଝଟକା । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ବିରେନ୍ଦର ସିଂ ପୁଣିଥରେ କଂଗ୍ରେସରେ ଯୋଗ ଦେଇଛନ୍ତି । ୨୦୧୪ ରେ ବୀରେନ୍ଦ୍ର ସିଂ ବିଜେପିରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳରେ ସେ ଇସ୍ପାତ ଏବଂ ଗ୍ରାମ୍ୟ ଉନ୍ନୟନ-ପଞ୍ଚାୟତ ମନ୍ତ୍ରୀ ଥିଲେ।

Birender Singh

ବିରେନ୍ଦ୍ର ସିଂଙ୍କ ପତ୍ନୀ ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ଅବସରରେ ହରିୟାଣା କଂଗ୍ରେସର ସମସ୍ତ ବଡ ଚେହେରା ଅର୍ଥାତ୍ ଭୁପେନ୍ଦ୍ର ସିଂ ହୁଡା, ରଣଦୀପ ସୁରଜେୱାଲା, କୁମାରୀ ସେଲଜା ଇତ୍ୟାଦି ନେତାମାନେ ଏକାଠି ଉପସ୍ଥିତ ଥିଲେ। ଏହାପୂର୍ବରୁ ବୀରେନ୍ଦ୍ର ସିଂଙ୍କ ପୁଅ ଏବଂ ହିସାର ସାଂସଦ ବ୍ରିଜେନ୍ଦ୍ର ସିଂ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି।

ସୂଚନାଥାଉ ଯେ, ହରିୟାଣା ବରିଷ୍ଠ ନେତା ବିରେନ୍ଦ୍ର ସିଂ ୨୦୧୬-୧୯ ପର୍ଯ୍ୟନ୍ତ ମୋଦି ସରକରାଙ୍କ ମନ୍ତ୍ରୀମଣ୍ତଳରେ ମନ୍ତ୍ରୀ ଥିଲେ । ସେ ୯ ମାର୍ଚ୍ଚରେ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଛନ୍ତି । ବିରେନ୍ଦ୍ର ସିଂ କହିଛନ୍ତି ଯେ,କଂଗ୍ରେସର ଶକ୍ତି ବୃଦ୍ଧି ପାଉଛି । କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ନିର୍ବାଚନ ଲଢିବା ପାଇଁ ମଜବୁତ ସହକାରେ ଆଗକୁ ବଢୁଛନ୍ତି ।

ଦେଶରେ ପୁଣି କଂଗ୍ରେସର ଭବିଷ୍ୟତ ଉଜ୍ୱଳ ହେବା ପାଇଁ ଯାଉଛି । ଏହି ସମୟରେ ସେ ବିଜେପିକୁ ଟାର୍ଗେଟ୍ କରିବା ପାଇଁ ମଧ୍ୟ ପଛାଇ ନାହାଁନ୍ତି,ଆୟକର ବିଭାଗ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯିବା ପ୍ରସଙ୍ଗରେ ସେ ବିଜେପିକୁ ସମାଲୋଚନା କରିଛନ୍ତି ।

ସୂଚନାଥାଉ ଯେ, ଅଗଷ୍ଟ ୨୦୧୪ରେ ବୀରେନ୍ଦ୍ର ସିଂ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ଏହା ପରେ ସେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ, ପରେ ସେ ବିଜେପି ପକ୍ଷରୁ ରାଜ୍ୟସଭାରୁ ନିର୍ବାଚିତ ହୋଇଥିଲେ। ସେ ଏବଂ ତାଙ୍କ ପତ୍ନୀ ୨୦୧୪-୨୦୧୯ ମସିହା ପର୍ଯ୍ୟନ୍ତ ଓଚାନା ନିର୍ବାଚନ ମଣ୍ତଳୀରେ ବିଧାୟକ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+