ଚାପୁଡ଼ା ମାରି ପୂର୍ବତନ ବିଧାୟକଙ୍କୁ ମାରିଦେଲେ ଅଟୋ ଚାଳକ
କର୍ଣ୍ଣାଟକର ବେଲଗାଭିଠାରେ ଜଣେ ଅଟୋରିକ୍ସା ଚାଳକର ଚାପୁଡ଼ା ମାଡ଼ରେ ଗୋଆର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଲାଭୁ ସୂର୍ଯ୍ୟାଜୀ ମାମଲେଦାରଙ୍କର ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, କର୍ଣ୍ଣାଟକ ଗସ୍ତରେ ଆସିଥିବା ୬୮ ବର୍ଷୀୟ ବିଧାୟକଙ୍କ କାର ଶନିବାର ଏକ ଗଳି ରାସ୍ତାରେ ଯାଉଥିବାବେଳେ ଅଟୋକୁ ସାମାନ୍ୟ ଧକ୍କା ଦେଇଥିଲା। ଏଥିରୁ ବିବାଦ ସୃଷ୍ଟି ହୋଇଥିଲା।

ବିଧାୟକ ଲାଭୁ ଗାଡ଼ିରୁ ଓହ୍ଲାଇ ବୁଝାସୁଝା କରୁଥିବାବେଳେ ଅଟୋ ଚାଳକ ମୁଜାହିଦ ସନାଦି ଉତ୍ୟକ୍ତ ହୋଇ ତାଙ୍କୁ ଜୋର୍ ଚାପୁଡ଼ା ମାରିଥିଲା। କିଛି ସମୟ ପରେ ବିଧାୟକ ନିଜ ଲଜ୍କୁ ଫେରିଯାଇଥିଲେ। ଲଜ୍ ପାହାଚ ଚଢ଼ୁଥିବାବେଳେ ହଠାତ୍ ସେ ଅସୁସ୍ଥୁ ହୋଇପଡ଼ିଥିଲେ ଓ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଅଟୋରିକ୍ସା ଚାଳକକୁ ଗିରଫ କରିଛି। ମୃତ୍ୟୁର କାରଣ ଜଣାପଡ଼ିନାହିଁ।












Click it and Unblock the Notifications