ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର
ଭୁବନେଶ୍ୱର: ଦେଶରେ ଏବେ ରାଜନୈତିକ ମାହୋଲ ରହିଛି ବେସ୍ ସରଗରମ , ଏହାସହ ଗତକାଲି ବିଜେପି ଓଡ଼ିଶା ଲାଗି ପ୍ରାର୍ଥୀ ଘୋଷଣା କରିବା ପରେ ରାଜ୍ୟ ରାଜନୀତି ହୋଇଛି ପୂରା ଉଷ୍ମ । ଆଉ ସାଧାରଣ ନିର୍ବାଚନକୁ ଖୁବ୍ କମ୍ ସମୟ ଥିବା ବେଳେ ବିଜେଡ଼ିକୁ ଲାଗିଛି ବଡ଼ ଝଟକା । ବିଜେଡି ଛାଡ଼ିଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ।

ଦଳର ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ ପୂର୍ଣ୍ଣଚନ୍ଦ୍ର । ୨୦୦୯ ଓ ୨୦୧୪ରେ ବିଜେଡିରୁ ଦୁଇଥର ଜିତିଥିଲେ ପୂର୍ଣ୍ଣଚନ୍ଦ୍ର । ୨୦୧୯ରେ ବିଜେଡ଼ି ତାଙ୍କୁ ଟିକେଟ ଦେଇନଥିଲା । ତେବେ ବର୍ତ୍ତମାନ ସେ କେଉଁ ଦଳରେ ସାମିଲ ହେବେ ସେ ନେଇ କୌଣସି ସୂଚନା ମିଳିନାହିଁ ।












Click it and Unblock the Notifications