ପୂର୍ବତନ ମନ୍ତ୍ରୀଙ୍କ ପୋଷ୍ଟ ମର୍ଟମ ପାଇଁ ମନା କଲେ ପୁଅ, ଜାଣନ୍ତୁ କାରଣ
ମୁମ୍ବାଇ,୧୩।୧୦: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନର କପୁର୍ ହସ୍ପିଟାଲକୁ ନିଆଯାଇଛି। ତେବେ ଘଟଣାର କାରଣ ସ୍ପଷ୍ଟ ନହେବା ପର୍ଯ୍ୟନ୍ତ ତାଙ୍କ ପୁଅ ତଥା ବାନ୍ଦ୍ରା ପୂର୍ବ ବିଧାୟକ ଜିଶାନ ସିଦ୍ଦିକି ପୋଷ୍ଟମର୍ଟମକୁ ଅନୁମତି ଦେଇ ନାହାଁନ୍ତି।

ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ ମୁମ୍ବାଇ ପୋଲିସ କହିଛି ଯେ ଜିଶାନ ସିଦ୍ଦିକି ତାଙ୍କ ପିତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଅନୁମତି ଦେଉ ନାହାଁନ୍ତି। ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଏହି ହତ୍ୟାକାଣ୍ଡର କାରଣ ଜଣା ପଡିନାହିଁ, ସେ ପୋଷ୍ଟମର୍ଟମକୁ ଅନୁମତି ଦେବେ ନାହିଁ। ମୁମ୍ବାଇର ଜଣେ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତଙ୍କ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ସହ ଲିଙ୍କ ଥାଇପାରେ କି ନାହିଁ ତାହା ଅନୁସନ୍ଧାନ କରାଯାଉଛି।
ସୂଚନାଯୋଗ୍ୟ, ହତ୍ୟାକାଣ୍ଡର ୧୫ଦିନ ପୂର୍ବରୁ ତାଙ୍କୁ ମୃତ୍ୟୁ ଧମକ ମିଳିଥିଲା, ଯାହାକୁ ଦୃଷ୍ଟିରେ ରଖି ତାଙ୍କୁ 'Y' ବର୍ଗର ସୁରକ୍ଷା ଦିଆଯାଇଥିଲା।












Click it and Unblock the Notifications