ପୂର୍ବତନ ମନ୍ତ୍ରୀଙ୍କୁ ଗୁଳିକରି ହତ୍ୟା; ଦୁଇ ଅଭିଯୁକ୍ତ ଗିରଫ
ମହାରାଷ୍ଟ୍ରରେ ଚାଞ୍ଚଲ୍ୟ, ଏନସିପି ଅଜିତ୍ ପାୱାର ଗୋଷ୍ଠୀ ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା। ଶନିବାର ବିଳମ୍ବିତ ରାତିରେ ବ୍ରାନ୍ଦ୍ରା ଇଷ୍ଟରେ ପୁଆ ଜିଶାନ ସିଦ୍ଦିକଙ୍କ କାର୍ଯ୍ୟାଳୟରୁ ବାହାରୁଥିବା ବେଳେ ତାଙ୍କ ଉପରକୁ ଦୁବୃର୍ତ୍ତ ମାନେ ଅନେକ ରାଉଣ୍ଡ ଗୁଳି କରି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବାବା ସିଦ୍ଦିକିଙ୍କ ଛାତି ଓ ପେଟରେ ୨-୩ଟି ଗୁଳି ବାଜିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି । ମୁମ୍ବାଇ ପୁଲିସ ଏହି ଘଟଣା ଉପରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ରହିଥିବା ଜଣାପଡିଛି । ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କେହି ଆଇନଶୃଙ୍ଖଳାକୁ ନିଜ ହାତକୁ ନେଇପାରିବେ ନାହିଁ ବୋଲି ହତ୍ୟାକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ବାବା ସିଦ୍ଦିକି ମୁମ୍ବାଇର ଜଣେ ଚର୍ଚ୍ଚିତ ରାଜନୈତିକ ଚେହେରା, ବହୁବାର ବିଧାୟକ ସହ ପୂର୍ବରୁ ମହାରାଷ୍ଟ୍ର ସରକାରରେ ସେ ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି ।
ଦୀର୍ଘ ୪ ଦଶନ୍ଧି ଧରି କଂଗ୍ରେସରେ ରହିବା ପରେ ଗତ ଫେବୃଆରୀ ମାସରେ ସେ କଂଗ୍ରେସ ଛାଡ଼ି ଅଜିତ ପାୱାରଙ୍କ ଏନସିପିରେ ସାମିଲ ହୋଇଥିଲେ । ରାଜନୀତି ସହ ବଲିଉଡ଼ ଜଗତ ସହ ମଧ୍ୟ ଜଡ଼ିତ ରହିଥିଲେ ବାବା ସିଦ୍ଦିକି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ମୁମ୍ବାଇର ଲୀଳାବତୀ ମେଡ଼ିକାଲ ପରିସରରେ ଭିଡ଼ ଦେଖିବାକୁ ମିଳିଛି ।












Click it and Unblock the Notifications