ମହା ଗଠବନ୍ଧନ ଭାଙ୍ଗିବାକୁ ଯାଉଛି କି ? ରୋହିଣିଙ୍କ ପୋଷ୍ଟ ପରେ ଉଠିଲା ରାଜନୈତିକ ଝଡ
Bihar Politics: ବିହାରରେ ଗଠବନ୍ଧନ ଭାଙ୍ଗିବାକୁ ଯାଉଛ କି ? ବର୍ତ୍ତମାନ ଏହି ପ୍ରଶ୍ନ ସାଧାରଣରେ ଉଠୁଛି । ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଝିଅ ରୋହିନୀ ଆଚାର୍ଯ୍ୟ ସୋସିଆଲ ମିଡିଆ ଏକ ପୋଷ୍ଟ କରିଥିଲେ ଯାହା ବିର୍ତମାନ ସେହି ପୋଷ୍ଟକୁ ନେଇ ବିହାରରେ ଏକ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ରୋହିନୀ କୌଣସି ନାମ ନ ନେଇ ସିଏମ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଥିଲେ ।
ସେ ଲେଖିଛନ୍ତି, ଯିଏ ନିଜକୁ ସମାଜବାଦୀ ନେତା ବୋଲି ଦାବି କରେ, ସେହି ବ୍ୟକ୍ତିଙ୍କ ଭାବନା ପବନ ପରି ବଦଳିଯାଏ ।
ବାସ୍ତବରେ, ବୁଧବାର, ସିଏମ ନୀତୀଶ କୁମାର ପରିବାରବାଦ ଉପରେ ଏକ ବିବୃତ୍ତି ଦେଇଥିଲେ । ସେ କହିଥିଲେ ଯେ କିଛି ଲୋକ କେବଳ ନିଜ ପରିବାରକୁ ଆଗକୁ ନେବାରେ ବ୍ୟସ୍ତ ଅଛନ୍ତି । କିନ୍ତୁ ଆମ ପରିବାରକୁ ଆଗକୁ ନେବା ପାଇଁ ଆମେ କେବେ କରପୁରୀ ଠାକୁରଙ୍କଠାରୁ ଶିକ୍ଷା ଗ୍ରହଣ କରିନାହୁଁ ।

ସିଏମ ନୀତୀଶ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ଟାର୍ଗେଟ କରିଥିଲେ ବୋଲି ବିଶ୍ୱାସ କରାଯାଉଥିଲା । ତାଙ୍କ ବିବୃତ୍ତି ପରଠାରୁ ବିହାରରେ ରାଜନୈତିକ କଳ୍ପନାଜଳ୍ପନା ଜୋର ଧରିଛି । ବିହାରରେ ହୋଇଥିବା ମହାସଂଘରେ ଆରଜେଡି, ଜେଡିୟୁ, କଂଗ୍ରେସ ଏବଂ ବାମ ଦଳ ରହିଛନ୍ତି ଅନ୍ତର୍ଭୁକ୍ତ ।
ଅନ୍ୟପଟେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ବିହାରର ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ସୂଚନାନୁସାରେ, କେନ୍ଦ୍ରୀୟ ନେତୃତ୍ୱ ମଙ୍ଗଳବାର ଏହା ଉପରେ ଆଲୋଚନା କରିଛନ୍ତି । ବିଧାନସଭା ଭଙ୍ଗ ଏବଂ ଏକ ନୂତନ ସରକାର ଗଠନ ସହିତ ସମସ୍ତ ବିକଳ୍ପ ଉପରେ ଆଲୋଚନା କରିଛି ବିଜେପି ।












Click it and Unblock the Notifications