ବିଜେପିରେ ସାମିଲ ହେଲେ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ

ମଙ୍ଗଳବାର ଦୁଇଟି ରାଜନୈତିକ ପରିବାର ଚର୍ଚ୍ଚାରେ ରହିଛି । କେନ୍ଦ୍ର ମନ୍ତ୍ରୀ ତଥା ଏଲଜେପି ନେତା ପଶୁପତି ପରାସ ଇସ୍ତଫା ଦେଇ କହିଛନ୍ତି ଯେ ଏନଡିଏରେ କୌଣସି ଆସନ ନ ଦେବା ତାଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି କହିଛନ୍ତି । ଦ୍ବିତୀୟ ଖବର ରାଞ୍ଚିରୁ ଆସିଛି। ସୋରେନ ପରିବାରରେ ଥିବା ମତଭେଦ ମଧ୍ଯ ଶିଖରରେ ପହଞ୍ଚିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତି ସୋରେନଙ୍କ ବୋହୂ ସୀତା ସୋରେନ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସମସ୍ତ ପଦରୁ ଇସ୍ତଫା ଦେବା କିଛି ସମୟ ପରେ ବିଜେପିରେ ଯୋଗ ଦେଇଛନ୍ତି।

Sita Soren

ସୁଚନା ଯୋଗ୍ୟ ଯେ , ଆଜି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟିକା ତଥା ହେମନ୍ତ ସୋରେନଙ୍କ ଭେଉଜ ସୀତା ସୋରେନ ଦଳରୁ ଇସ୍ତଫା ଦେଇଥିଲେ। ଏନେଇ ସେ ଚିଠି ଲେଖି ଦଳର ଅଧ୍ୟକ୍ଷ ତଥା ନିଜ ଶ୍ୱଶୁର ଶିବୁ ସୋରେନଙ୍କୁ ପଠାଇଛନ୍ତି। ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଗଭୀର ଷଡ଼ଯନ୍ତ୍ର ରଚା ଯାଇଥିବା ସେ ଅଭିଯୋଗ ଆଣିଛନ୍ତି।

ସୀତା ସୋରେନ କହିଛନ୍ତି, ମୁଁ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସକ୍ରିୟ ସଦସ୍ୟ। ବର୍ତ୍ତମାନ ମୁଁ ଦଳର ବିଧାୟକ ଅଛି। ଅତ୍ୟନ୍ତ ଦୁଃଖ ମନରେ ମୁଁ ମୋର ଇସ୍ତଫା ପତ୍ର ଦାଖଲ କରୁଛି। ମୋର ସ୍ୱାମୀ ସ୍ୱର୍ଗତ ଦୁର୍ଗା ସୋରେନ୍ ଝାଡଖଣ୍ଡ ଆନ୍ଦୋଳନର ଜଣେ ଅଗ୍ରଣୀ ଯୋଦ୍ଧା ତଥା ଜଣେ ମହାନ ବିପ୍ଳବୀ ଥିଲେ। ତାଙ୍କ ମୃତ୍ୟୁ ପରଠାରୁ ମୁଁ ଏବଂ ମୋ ପରିବାର କ୍ରମାଗତ ଅବହେଳାର ଶିକାର ହୋଇଛୁ। ଦଳ ଏବଂ ପରିବାର ସଦସ୍ୟଙ୍କ ଦ୍ୱାରା ଆମକୁ ଅଲଗା କରାଯାଇଛି, ଯାହା ମୋ ପାଇଁ ଅତ୍ୟନ୍ତ କଷ୍ଟଦାୟକ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+