ସତୈନ୍ଦ୍ର ଜୈନଙ୍କ ବଢ଼ିଲା ଅଡ଼ୁଆ, ୭.୪୪ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି
ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ଆପ୍ ନେତା ସତ୍ୟେନ୍ଦ୍ର କୁମାର ଜୈନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ସତ୍ୟେନ୍ଦ୍ର କୁମାର ଜୈନଙ୍କ ଦ୍ୱାରା ନିୟନ୍ତ୍ରିତ କମ୍ପାନିଗୁଡ଼ିକ ସହିତ ଜଡିତ ୭.୪୪ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି କାର୍ଯ୍ୟାନୁଷ୍ଠାନ ସେପ୍ଟେମ୍ବର ୧୫ ତାରିଖରେ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍ଏଲ୍ଏ), ୨୦୦୨ ଅନୁଯାୟୀ ନିଆଯାଇଥିଲା।
୨୦୧୭ ମସିହାରେ ଦାୟର ହୋଇଥିବା ଏକ ସିବିଆଇ ମାମଲାରୁ ଇଡି ଏହି ତଦନ୍ତ ଆରମ୍ଭ କରିଛି। ଯେଉଁଥିରେ ଜୈନ ଆପ ନେତୃତ୍ୱାଧୀନ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ସମୟରେ ୨୦୧୫ ଫେବ୍ରୁଆରିରୁ ୨୦୧୭ ମେ ମଧ୍ୟରେ ଆୟ ବହିର୍ଭୂତ ସମ୍ପତ୍ତି ସଂଗ୍ରହ କରିଥିବା ଅଭିଯୋଗ କରାଯାଇଥିଲା। ସିବିଆଇ ୨୦୧୮ ମସିହା ଡିସେମ୍ବରରେ ତାଙ୍କ ପତ୍ନୀ ପୁନମ ଜୈନ ଏବଂ ଅନ୍ୟମାନଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା।

ପ୍ରକୃତରେ ୨୦୧୭ ଅଗଷ୍ଟ ୨୪ରେ ସିବିଆଇ ରୁଜୁ କରିଥିବା ଏକ ଏଫଆଇଆର ଆଧାରରେ ଏହି ସମ୍ପତ୍ତି ସିଜ୍ କରିଛି ଇଡି । ଏଥିରେ ଅଭିଯୋଗ ରହିଥିଲା ଯେ, ମନ୍ତ୍ରୀ ଥିବା ସମୟରେ ସତୈନ୍ଦ୍ର ଜୈନ ନିଜ ଆୟରୁ ଅଧିକ ସମ୍ପତ୍ତି କରିଛନ୍ତି। ଇଡି ଏହା ପୂର୍ବରୁ ୨୦୨୨ ମାର୍ଚ୍ଚ ୩୧ରେ ଜୈନଙ୍କ ସହ ଜଡ଼ିତ କମ୍ପାନିଙ୍କ ୪.୮୧ କୋଟି ଟଙ୍କାର ସମ୍ପତ୍ତି ଆଟାଚ କରିଥିଲା। ୨୦୨୨ ଜୁଲାଇ ୨୭ରେ ଅଦାଲତରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହା ଉପରେ ଅଦାଲତ ମଧ୍ୟ ସଜ୍ଞାନ ନେଇଥିଲେ।
ଯାଞ୍ଚରୁ ମିଳିଥିଲା ଯେ, ନୋଟବନ୍ଦୀ ପରେ ପରେ ସତୈନ୍ଦ୍ର ଜୈନଙ୍କ ଘନିଷ୍ଠ ଅଙ୍କୁଶ ଜୈନ ଏବଂ ବୈଭବ ଜୈନ ଦିଲ୍ଲୀର ବ୍ୟାଙ୍କ୍ ଅଫ୍ ବରୋଦା, ଭୋଗଲ ବ୍ରାଞ୍ଚରେ ୭.୪୪ କୋଟି ଟଙ୍କା ନଗଦ ଜମା କରିଥିଲେ। ଏହି ଟଙ୍କା ସେ ଇନକମ୍ ଡିସକ୍ଲୋଜର ସ୍କିମ (IDS) ଅନୁଯାୟୀ ଆଡଭାନ୍ସ ଟ୍ୟାକ୍ସ ଭାବରେ ଭରିଥିଲେ।
ସେ ଦାବି କରିଥିଲେ ଯେ, ଏହି ଟଙ୍କା ତାଙ୍କ ଚାରି କମ୍ପାନି ଅକିଞ୍ଚନ ଡେଭଲପର୍ସ, ପ୍ରୟାସ ଇନଫୋସଲ୍ୟୁସନ, ମଙ୍ଗଳାୟତନ ପ୍ରୋଜେକ୍ଟସ ଏବଂ ଇଣ୍ଡୋ ମେଟାଲ ଇମ୍ପେକ୍ସରୁ ଆସିଛି। କିନ୍ତୁ ଆୟକର ବିଭାଗ ଏବଂ ଅଦାଲତ ମଧ୍ୟ ମାନିଛନ୍ତି ଯେ, ଏହି କମ୍ପାନି ପ୍ରକୃତରେ ସେତୈନ୍ଦ୍ର ଜୈନଙ୍କର। ଆଉ ଅଙ୍କୁଶ ବୈଭବ କେବଳ ତାଙ୍କର ବେନାମୀ। ଆୟକର ବିଭାଗ ଏବଂ ଦିଲ୍ଲୀ ହାଇକୋର୍ଟ ଉଭୟ ଜୈନଙ୍କ ସହଯୋଗୀଙ୍କୁ ବେନାମୀ ଧାରକ ବୋଲି କହିଥିଲେ। ତଥା ତାଙ୍କ ଅପିଲକୁ ଖାରଜ କରି ସର୍ବୋଚ୍ଚ ଅଦାଲତ ମଧ୍ୟ ଏହି ନିଷ୍କର୍ଷକୁ ବଜାୟ ରଖିଥିଲେ।












Click it and Unblock the Notifications