ସୋନିଆ-ରାହୁଲ ଗାନ୍ଧୀଙ୍କ ସହ କଥା ହୋଇଥିଲେ କମଲ ନାଥ, କିନ୍ତୁ ...
ନୂଆଦିଲ୍ଲୀ: ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ମଧ୍ୟରେ ପୂର୍ବତନ ସିଏମ କମଲ ନାଥଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସୁଛି । ଏକ ସୂତ୍ରରୁ ସୂଚନା ମିଳିଛି ଯେ ସେ କଂଗ୍ରେସ ଉପରେ ରହିଛନ୍ତି ଅସନ୍ତୁଷ୍ଟ । କଂଗ୍ରେସ ଦଳର କାର୍ଯ୍ୟକାରିତାକୁ ନେଇ ସେ ଅସନ୍ତୁଷ୍ଟ ଅଛନ୍ତି । ଦୁଇ ଦିନ ପୂର୍ବରୁ କମଲ ନାଥ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସହ ମଧ୍ୟ କଥା ହୋଇଥିଲେ ।
ବର୍ତ୍ତମାନ ପର୍ଯ୍ୟନ୍ତ ସେ ଦଳରୁ ଇସ୍ତଫା ଦେଇନାହାଁନ୍ତି କିମ୍ବା ସେ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ ସାକ୍ଷାତ କରିନାହାଁନ୍ତି । ଅନ୍ୟପଟେ କମଲନାଥ ବିଜେପିରେ ସାମିଲ ହେବା ଚର୍ଚ୍ଚା ଭିତରେ ଏବେ ନିଜେ କମଲନାଥ ଏନେଇ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ମୁଁ କୌଣସି କଥାକୁ ଅସ୍ୱୀକାର କରୁନାହିଁ, କିନ୍ତୁ ସାମ୍ବାଦିକମାନେ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ସେ କହିଛନ୍ତି ଯେ ଯଦି ଏହିପରି କିଛି ଘଟେ ତେବେ ସେ ପ୍ରଥମେ କହିବେ ।

ତେବେ ବଡ କଥା ଯେ କମଲନାଥ ବିଜେପିରେ ଯୋଗଦାନ ନେଇ ଖବରକୁ ଖଣ୍ଡନ କରିନାହାନ୍ତି । ସୂଚନାନୁସାରେ, ଫେବୃଆରୀ ୧୯ରେ କମଲନାଥ ଏବଂ ତାଙ୍କ ପୁଅ ନକୁଲନାଥ ବିଜେପିରେ ଯୋଗ ଦେଇପାରନ୍ତି । ତେବେ କମଲନାଥଙ୍କୁ ନେଇ ହେଉଥିବା ଚର୍ଚ୍ଚା ଆଗକୁ କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ଅପେକ୍ଷା












Click it and Unblock the Notifications