ମଦ ଦୁର୍ନୀତିରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁ, ସେ ପ୍ରତି ମାସରେ ପାଉଥିଲେ.....
ଆନ୍ଧ୍ର ପ୍ରଦେଶରେ ଅଭିଯୋଗ ହୋଇଥିବା ୩୫୦୦ କୋଟି ଟଙ୍କାର ମଦ ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ନାଁ ସ୍ଥାନ ପାଇଛି । ୩୦୫ ପୃଷ୍ଠା ବିଶିଷ୍ଟ ଚାର୍ଜଶିଟରେ ତାଙ୍କ ନାଁ ରହିଛି । ଯେଉଁଥିରେ ତାଙ୍କୁ ୨୦୧୯-୨୦୨୪ ମଧ୍ୟରେ ୱାଇଏସଆର କଂଗ୍ରେସ ପାର୍ଟି (YSRCP) ଶାସନ ସମୟରେ ପ୍ରତି ମାସରେ ୫୦-୬୦ କୋଟି ଟଙ୍କାର କିକବ୍ୟାକ ଗ୍ରହଣକାରୀ ଭାବେ ଦର୍ଶାଯାଇଛି । ଚାର୍ଜଶିଟରେ ଜଗନଙ୍କୁ ଅଭିଯୁକ୍ତ ଭାବେ ନାମିତ କରାଯାଇ ନାହିଁ ।
ଶନିବାର ଦାଖଲ ହୋଇଥିବା ୩୦୫ ପୃଷ୍ଠାର ଚାର୍ଜସିଟ୍ରେ ଜଗନଙ୍କୁ ଅଭିଯୁକ୍ତ ଭାବରେ ନାମିତ କରାଯାଇ ନାହିଁ। କୋର୍ଟ ଏପର୍ଯ୍ୟନ୍ତ ଚାର୍ଜସିଟ୍କୁ ବିଚାରକୁ ନେଇନାହାନ୍ତି। ପୋଲିସ ଦ୍ୱାରା ଦାଖଲ କରାଯାଇଥିବା ଚାର୍ଜସିଟ୍ ଅନୁଯାୟୀ, 'ସଂଗୃହିତ ରାଶି ଶେଷରେ କେସିରେଡ୍ଡି ରାଜଶେଖର ରେଡ୍ଡି (A-1)ଙ୍କୁ ହସ୍ତାନ୍ତର କରାଯାଇଥିଲା।'

ତା'ପରେ ରାଜଶେଖର ରେଡ୍ଡି ବିଜୟ ସାଇ ରେଡ୍ଡି (A-5), ମିଥୁନ୍ ରେଡ୍ଡି (A-4) ଏବଂ ବାଲାଜୀ (A-33)ଙ୍କୁ ପ୍ରଦାନ କରିଥିଲେ, ଯେଉଁମାନେ ଏହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡିଙ୍କୁ ହସ୍ତାନ୍ତର କରିଥିଲେ। ପ୍ରତି ମାସରେ ହାରାହାରି ୫୦-୬୦ କୋଟି ଟଙ୍କା କଲେକ୍ଟ କରାଯାଉଥିଲା।'












Click it and Unblock the Notifications