ରାମ ଲଲାଙ୍କ ପ୍ରାଣ ପ୍ରତୀଷ୍ଠା ଉପରେ ଅଖିଳେଶଙ୍କ ବିବାଦୀୟ ମନ୍ତବ୍ୟ , କହିଲେ ପଥରରେ ନିର୍ମିତ ପ୍ରତିମା ବର୍ତ୍ତମାନ ଭଗବାନଙ୍କ ରୂପ
ଅଯୋଧ୍ୟା: ସବୁ ଅପେକ୍ଷାର ଘଟିଛି ଅନ୍ତଃ । ଗର୍ଭଗୃହରେ ପ୍ରତିଷ୍ଠା ହୋଇଛନ୍ତି ରାମ ଲଲା । ଶ୍ରୀ ରାମଙ୍କ ପ୍ରତିଷ୍ଟା ଶୁଭ ମୁହୂର୍ତ୍ତରେ ମନ୍ତ୍ରପାଠ ସହ ହୋଇଛି ସମ୍ପନ୍ନ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯଜମାନରେ ଏହା ସମ୍ପନ୍ନ ହୋଇଛି । ଅନ୍ୟପଟେ ରାମଲଲାଙ୍କ ପ୍ରତିମୂର୍ତ୍ତିୀକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ସମାଜବାଦୀ ପାର୍ଟୀର ମୁଖ୍ୟ ଅଖିଳେଶ ଯାଦବ ।

ଅଖିଳେଶ ଯାଦବ କହିଛନ୍ତି ଯେ ପ୍ରଣ ପ୍ରତିଷ୍ଠା ପରେ ପଥରରେ ନିର୍ମିତ ପ୍ରତିମୂର୍ତ୍ତି ଭଗବାନଙ୍କ ରୂପ ନେବ । ପ୍ରଭୁ ରାମଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଯୋଗୁଁ ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମ କୁହାଯାଉଥିଲା । ସେ କହିଛନ୍ତି ଯେ ଅଖିଳେଶ ଯାଦବ କହିଛନ୍ତି ଭଗବାନ ରାମଙ୍କ ଦ୍ୱାରା ଦର୍ଶାଯାଇଥିବା ଆଦର୍ଶର ମାର୍ଗକୁ ଅନୁସରଣ କରିବା ଜରୁରୀ । ଆମେ ଶ୍ରୀ ରାମଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରିବୁ । ପ୍ରଭୁ ରାମରାଜ୍ୟର ଏପରି କଳ୍ପନା କରିଥିଲେ ଯାହା ଦ୍ୱାରା ଗରିବମାନେ ଅସନ୍ତୁଷ୍ଟ ନ ହେବେ । ମାତ୍ର ଭାଜପା ସରକାର ସେଭଳି ନ କରି ଡ୍ରାମା କରୁଛି ।












Click it and Unblock the Notifications