ଝିଅଙ୍କ ପାଇଁ ଚନ୍ଦ୍ରଚୂଡ଼ ଛାଡ଼ି ପାରୁନାହାନ୍ତି ସରକାରୀ ବାସଭବନ
ବର୍ଷକ ପୂର୍ବେ ଦେଶର ପ୍ରଧାନ ବିଚାରପତି ଥିବାବେଳେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ନିଜ ମନ୍ତବ୍ୟ ଏବଂ ରାୟ ପାଇଁ ଗଣମାଧ୍ୟମରେ ଚର୍ଚ୍ଚିତ ରହିଥିଲେ। ତାଙ୍କୁ ଦିଆଯାଇଥିବା ସରକାରୀ ଘର ଖାଲି କରାଇବାକୁ ସୁପ୍ରିମକୋର୍ଟ ରବିବାର କେନ୍ଦ୍ର ସରକାରଙ୍କୁ ଜଣାଇବା ପରେ ସେ ପୁଣିଥରେ ଖବର ଶିରୋନାମା ମଣ୍ଡନ କରିବା ସହ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି। ତେବେ ସେ ନିଜ ଦାୟିତ୍ୱ ସମ୍ପର୍କରେ ସଚେତନ ଅଛନ୍ତି ଏବଂ ସରକାରୀ ଘରକୁ ଧରିରଖିବାର ଉଦ୍ଦେଶ୍ୟ ନାହିଁ ବୋଲି ଚନ୍ଦ୍ରଚୂଡ଼ କହିଛନ୍ତି।

୨ ଝିଅଙ୍କର ସ୍ବାସ୍ଥ୍ୟାବସ୍ଥା ପାଇଁ ଚନ୍ଦ୍ରଚୂଡ଼ ତାଙ୍କ ବାସଭବନକୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ରୂପାନ୍ତରିତ କରିଛନ୍ତି। ପ୍ରିୟଙ୍କା ଏବଂ ମାହି ଏକ ବିରଳ ଜେନେଟିକ୍ ଡିଜଅର୍ଡର (ନେମାଲାଇନ୍ ମାୟୋପାଥି) ରେ ପୀଡ଼ିତ ଯାହା କଙ୍କାଳର ମାଂସପେଶୀକୁ ପ୍ରଭାବିତ କରେ। ଏହି ବିରଳ ରୋଗର ଚିକିତ୍ସା ଏବେ କେଉଁଠାରେ ବି ଉପଲବ୍ଧ ନାହିଁ। ଦୈନିକ ଏବଂ ସାପ୍ତାହିକ ଭାବେ ସେମାନଙ୍କ ପାଇଁ ଏକ ମଲ୍ଟି ଡିସିପ୍ଲିନାରି ଟିମ୍ କାମ କରୁଛନ୍ତି। ବାପା ମା' ଭାବେ ଆମେ ପିଲାମାନଙ୍କୁ ଛାଡ଼ି ଏକାଠି କୁଆଡ଼େ ଯାଉନା।
ଆମେ ସେମାନଙ୍କ ଜୀବନକୁ ଅର୍ଥପୂର୍ଣ୍ଣ କରିବାପାଇଁ ପରିବେଶ ସୃଷ୍ଟି କରୁଛୁ। ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କର ମଧ୍ୟ ୨ ପୁଅ ଅଛନ୍ତି। ସେମାନେ ୨ ଜଣ ଆଇନଜୀବୀ। ପୂର୍ବତନ ପ୍ରଧାନ ବିଚାରପତି କହିଛନ୍ତି, ଯଥାସମ୍ଭବ ସେ ସରକାରୀ ବାସଭବନ ଛାଡ଼ି ଅନ୍ୟ ଏକ ଘରକୁ ଯିବାକୁ ଚେଷ୍ଟା କରିବେ। ସରକାର ତାଙ୍କୁ ଭଡ଼ାରେ ଅନ୍ୟ ଏକ ଅସ୍ଥାୟୀ ଘର ଦେଇଥିଲେ। କିନ୍ତୁ ଏହି ଘର ୨ ବର୍ଷ ହେବ ବ୍ୟବହାର ହୋଇନଥିଲା। ପିଲାମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଘର କାମ ଚାଲିଛି। ଖୁବ୍ଶୀଘ୍ର ଘର ପ୍ରସ୍ତୁତ ହୋଇଗଲେ ସେ ନିଜ ପିଲାମାନଙ୍କ ସହ ଉକ୍ତ ଘରକୁ ଚାଲିଯିବେ ବୋଲି କହିଛନ୍ତି।












Click it and Unblock the Notifications