ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ଗୁପ୍ତଚର

ରାଜସ୍ଥାନରୁ ଆଉ ଜଣେ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରାଯାଇଛି। ସେ ହେଉଛନ୍ତି ଜଣେ ସରକାରୀ କର୍ମଚାରୀ ଏବଂ ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକ ବା ପର୍ସନାଲ୍‌ ଆସିଷ୍ଟାଣ୍ଟ୍‌। ତାଙ୍କୁ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ଅଭିଯୋଗରେ ଅଟକ ରଖାଯାଇଛି। ସେ ୬-୭ ଥର ପାକିସ୍ତାନ ଯାଇଥିବା ବି ସୂଚନା ରହିଛି।

Ex-aide of Congress leader held in Rajasthan for spying

ରାଜସ୍ଥାନ ଇଣ୍ଟେଲିଜେନ୍ସର ସ୍ୱତନ୍ତ୍ର ଦଳ ଜୟସଲମେରର ଏକ ସରକାରୀ ବିଭାଗ କାର୍ଯ୍ୟାଳୟରୁ ସକୁର ଖାନ ମାଙ୍ଗଲିଆ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି। ଖାନ ଜୈସଲମେର ଜିଲ୍ଲାର ବାସିନ୍ଦା ଏବଂ ବର୍ତ୍ତମାନ ରାଜ୍ୟର ନିଯୁକ୍ତି କାର୍ଯ୍ୟାଳୟରେ କାର୍ଯ୍ୟରତ।

ଅଧିକାରୀମାନେ ଖାନଙ୍କୁ ସନ୍ଦେହଜନକ କାର୍ଯ୍ୟକଳାପରେ ଜଡିତ ଥିବା ସନ୍ଦେହ କରୁଛନ୍ତି। ପାକିସ୍ତାନୀ ଦୂତାବାସ ଅଧିକାରୀଙ୍କ ସହିତ ତାଙ୍କର କଥିତ ସମ୍ପର୍କ ଏବଂ ଆଇଏସ୍‌ଆଇ ସହିତ ସମ୍ଭାବ୍ୟ ସମ୍ପର୍କ ବିଷୟରେ ସୂଚନା ପାଇବା ପରେ ଗୁଇନ୍ଦା ସଂସ୍ଥାଗୁଡ଼ିକ କିଛି ସମୟ ଧରି ତାଙ୍କ ଉପରେ ନଜର ରଖି ଆସୁଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+