AI ସହାୟତାରେ ଇଭିଏମକୁ କରାଯାଇପାରେ ହ୍ୟାକ୍, ଏଲୋନ ମସ୍କଙ୍କ ବଡ ବୟାନ
ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ଟେସ୍ଲା ଏବଂ ସ୍ପେଶ୍ଏକ୍ସ ଭଳି କମ୍ପାନୀର ମାଲିକ ଏଲନ ମସ୍କ ଇଲେକ୍ଟୋନିକ୍ ଭୋଟିଂ ମେଶିନ(ଇଭିଏମ୍)କୁ ନେଇ ବଡ଼ ବୟାନ ଦେଇଛନ୍ତି।

ଆର୍ଟିଫେସିଆଲ ଇଣ୍ଟେଲିଜେନ୍ସ ତଥା AI ସହାୟତାରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)କୁ କରାଯାଇପାରେ ହ୍ୟାକ୍। ତେଣୁ ଏହାକୁ ତରନ୍ତୁ ହଟାଯାଉ। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଇଭିଏମ୍କୁ ନେଇ ଏଭଳି କିଛି ଦାବି କରିଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ସ୍ପେସ୍ ଏକ୍ସର ସିଇଓ ଏଲୋନ୍ ମସ୍କ।
ଶନିବାର ଏଲ୍ନ ମସ୍କ ଇଭିଏମ୍କୁ ନେଇ ଏକ ଚକିତ କଲା ଭଳି ଦାବି ଦେଇଛନ୍ତି। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସେ ଇଭିଏମ୍ ମେସିନ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଇଭିଏମ୍କୁ ହ୍ୟାକ୍ କରାଯାଇପାରେ। ତେଣୁ ଏହାକୁ ହଟାଇବା ଜରୁରୀ। ସୋଶାଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ ସେୟାର କରି ଆର୍ଟିଫେସିଆଲ ଇଣ୍ଟେଲିଜେନ୍ସ ସହାୟତାରେ ଇଭିଏମ୍କୁ ହ୍ୟାକ୍ କରାଯାଇପାରେ ବୋଲି ସେ କହିଛନ୍ତି। ଏଥିସହ ଆମେରିକା ନିର୍ବାଚନରେ ଇଭିଏମ୍କୁ ହଟାଇବାକୁ ଦାବି କରିଛନ୍ତି।
ଟେସ୍ଲା ସିଇଓ ଏଲୋନ୍ ମସ୍କ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ସ୍ୱାଧୀନ ପ୍ରାର୍ଥୀ ରବର୍ଟ ଏଫ୍ କେନେଡି ଜୁନିୟର୍ଙ୍କ ଏକ ପୋଷ୍ଟକୁ ସେୟାର କରି ସେ କହିଛନ୍ତି, 'ଆମକୁ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍କୁ ରଦ୍ଦ କରିଦେବା ଉଚିତ। ମଣିଷ ଓ AI ସହାୟତାରେ ଏହା ହ୍ୟାକ୍ ହେବା ଆଶଙ୍କା ରହିଛି। ଯଦିଓ ଏହା କମ୍, କିନ୍ତୁ ତଥାପି ଅଧିକ।'
ପ୍ରକୃତରେ ଆମେରିକା ରାଷ୍ଟ୍ରପତି ରେସ୍ର ପ୍ରାର୍ଥୀ କ୍ୟାନେଡି ଜୁନିୟର୍ ଆସୋସିଏଟେଡ୍ ପ୍ରେସ୍କୁ ଦର୍ଶାଇ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଥିଲେ। ଏଥିରେ ସେ କହିଥିଲେ, 'ପ୍ୟୁଟୋ ରିକୋର ପ୍ରାଥମିକ ନିର୍ବାଚନରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ସହ ଜଡିତ ଶହ ଶହ ଭୋଟ୍ ହେରଫେର୍ ହୋଇଥିବା ସୂଚନା ମିଳିଛି। ସୌଭାଗ୍ୟବଶତ ସେଠାରେ ଏକ ପେପର୍ ବାଲାଟ୍ ଥିଲା, ତେଣୁ ସମସ୍ୟା ଚିହ୍ନଟ ହୋଇଥିଲା ଏବଂ ଭୋଟ୍ ଗଣନା ସଂଶୋଧିତ କରାଯାଇଥିଲା। ଯେଉଁଠାରେ ପେପର୍ ବାଲାଟ୍ ନାହିଁ, ସେଠାରେ କ'ଣ ଅବସ୍ଥା ହେଉଥିବ କଳ୍ପନା କରନ୍ତୁ।'












Click it and Unblock the Notifications