ଇଭିଏମକୁ ନେଇ ପ୍ରଶ୍ନ ଉଠାଇଥିଲେ ରାହୁଲ, କଡା ଜବାବ୍ ଦେଲେ ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧି ଇଭିଏମକୁ ନେଇ ପୁଣି ଉଠାଇଛନ୍ତି ପ୍ରଶ୍ନ । ସେ ଏହାକୁ 'ବ୍ଲାକ୍ ବକ୍ସ' ବୋଲି କହିଛନ୍ତି । ରବିବାର ରାହୁଲ ଗାନ୍ଧି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ସ୍ପେଶ୍ ଏକ୍ସ ସିଇଓ ଏଲନ୍ ମସ୍କଙ୍କ ଏକ୍ସ ପୋଷ୍ଟକୁ ରି-ପୋଷ୍ଟ କରିବା ସହ ଏକ ସ୍ୱତନ୍ତ୍ର ଖବର କାଗଜରେ ଛପି ଥିବା ଖବରର ଏକ ଖଣ୍ଡକୁ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ ଏବଂ ଏଥିରେ ସେ ଲେଖିଥିଲେ 'ଭାରତରେ ଇଭିଏମ୍ ହେଉଛି ଏକ ବ୍ଲାକ୍ ବକ୍ସ । ଏହାକୁ ଯାଞ୍ଚ କରିବାକୁ କାହାର ବି ଅନୁମତି ନାହିଁ ।'
ଇଭିଏମ କୁ ନେଇ ବିବାଦ ଉପରେ ରବିବାର କେନ୍ଦ୍ରୀୟ ନିର୍ବାଚନ ଆୟୋଗ (ECI) ସ୍ପଷ୍ଟ ଭାବେ କହିଛନ୍ତି ଯେ ଇଭିଏମ ବିଷୟରେ ଗୁଜବ ପ୍ରଚାର ହେଉଛି। ଇଭିଏମ ଉପରେ ଚାଲିଥିବା ବିବାଦ ସମ୍ପର୍କରେ ମୁମ୍ବାଇ ଉପାନ୍ତ ଜିଲା କଲେକ୍ଟର ବନ୍ଦନା ସୂର୍ଯ୍ୟବଂଶିି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଇଭିଏମ ଉପରେ ଭୁଲ ଖବର ପ୍ରସାରିତ ହୋଇଛି ଏବଂ ସମସ୍ତ ଅଭିଯୋଗ ଭିତ୍ତିହୀନ। ସେ କହିଛନ୍ତି, ଇଭିଏମରେ ଅନଲକ କରିବା ପାଇଁ କୌଣସି OTP ନାହିଁ, ଚାରିଆଡ଼େ ଚାଲିଥିବା ଖବର ସମ୍ପୂର୍ଣ୍ଣ ଭୁଲ ଅଟେ। ଇଭିଏମ କୌଣସି ମେଶିନ ସହିତ ସଂଯୁକ୍ତ ନୁହେଁ।
ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧୀ ତାଙ୍କର ଏହି ପୋଷ୍ଟରେ ମୁମ୍ବାଇର ଗୋଟିଏ ଘଟଣା କଥା ଉଲ୍ଲେଖ କରିଛନ୍ତି । ଏହି ମାମଲାରେ ମୁମ୍ବାଇ ପୋଲିସ୍ ଇଭିଏମକୁ ନେଇ ଶିବସେନା ସିନ୍ଧେ ଗୋଷ୍ଠୀର ସାଂସଦ ରବୀନ୍ଦ୍ର ୱାୟକରଙ୍କ ଶଳା ମଙ୍ଗେଶ ପାଣ୍ଡିଲକରଙ୍କ ବିରୋଧରେ କେସ୍ ରୁଜୁ କରିଛି ।

ମଙ୍ଗେଶ ପାଣ୍ଡିଲଙ୍କର ବିରୋଧରେ ଅଭିଯୋଗ ରହିଛି ଯେ, ମୁମ୍ବାଇର ଗୋରେଗାଓଁ ନିର୍ବାଚନ ସେଣ୍ଟର ଭିତରେ କଟକଣା ଥିବା ସତ୍ୱେ ସେ ମୋବାଇଲ୍ ବ୍ୟବହାର କରିଥିଲେ । ତେବେ ରାହୁଲ ଗାନ୍ଧୀ ମୋବାଇଲ୍ ଏବଂ ଏହି ଘଟଣା କଥା ଉଲ୍ଲେଖ କରିବାର କାରଣ ଏହା ଯେ, ଏଲନ୍ ମସ୍କ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଇଭିଏମରେ ନକରିବାକୁ ପରାମର୍ଶ ଦେଇଥିଲେ ।
ସେ କହିଥିଲେ ଯେ, ଇଭିଏମକୁ ବନ୍ଦ କରିଦେବା ଉଚିତ୍ । ଏହାକୁ ଜଣେ ସାଧାରଣ ଲୋକ କିମ୍ବା ଏଆଇ ଦ୍ୱାରା ହ୍ୟାକ୍ କରିବାର ଭୟ ଅଛି ବୋଲି ସେ କହିଛନ୍ତି । ଯାହାପରେ ରାହୁଲ ଗାନ୍ଧୀ ମଧ୍ୟ ଏହି କଥା ଛଳରେ ଇଭିଏମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।












Click it and Unblock the Notifications