'ଦେଶର ପ୍ରତ୍ୟେକ ଅଞ୍ଚଳକୁ ଖୁବ୍ଶୀଘ୍ର ମାଓବାଦୀ ହିଂସାରୁ ମୁକ୍ତ କରାଯିବ'
ଛତିଶଗଡ଼ ସମେତ ଦେଶର ପ୍ରତ୍ୟେକ ଅଞ୍ଚଳକୁ ଖୁବ୍ଶୀଘ୍ର ମାଓବାଦୀ ହିଂସାରୁ ମୁକ୍ତ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି । ଆଜି ରାୟପୁରଠାରେ ଛତିଶଗଡ଼ ରାଜ୍ୟ ପ୍ରତିଷ୍ଠାର ପ୍ରତି ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଆୟୋଜି ଆୟୋଜିତ ଏକ ଭ ଭବ୍ଯ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ମାଓବାଦୀ କାର୍ଯ୍ୟକଳାପ ଯୋଗୁଁ ଛତିଶଗଡ଼ର ଜନଜାତି ଅଧୁଷିତ ଅଞ୍ଚଳଗୁଡ଼ିକ ବହୁଦିନ ଧରି ସଡ଼କ, ବିଦ୍ୟାଳୟ ଓ ଚିକିତ୍ସାଳୟ ଭଳି ମୌଳିକ ସୁବିଧାରୁ ବଞ୍ଚ ହୋଇଆସୁଥିଲେ ।

ଦେଶକୁ ବିକାଶ ପଥରେ ଆଗେଇ ନେବା ଲାଗି ସରକାର ନକ୍ସଲବାଦୀ କାର୍ଯ୍ୟକଳାପକୁ ଦୃଢ଼ ହସ୍ତରେ ଦମନ କରିବାରେ ପ୍ରୟାସ ଜାରି ରଖିଛନ୍ତି । ଏହାର ଫଳସ୍ୱରୂପ ଗତ ୧୧ ବର୍ଷ ମଧ୍ୟରେ ଦେଶର ୧୨୫ଟି ମଓବାଦୀ ଅଧୁଷିତ ଜିଲ୍ଲାରୁ ବର୍ତ୍ତମାନ ମାତ୍ର ତିନୋଟିରେ ଏମାନଙ୍କର ସାମାନ୍ୟ ପ୍ରଭାବ ଦେଖିବାକୁ ମିଳୁଛି । ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ଏହି ସମାଜ ବିରୋଧୀ କାର୍ଯ୍ୟକଳାପକୁ ଦୃଢ଼ହସ୍ତରେ ସରକାର ଦମନ କରିଛନ୍ତି ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ କିଛି ମାସ ମଧ୍ୟରେ ବହୁ ସଂଖ୍ୟାରେ ମାଓବାଦୀ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ସମାଜ ଜର ମୁଖ୍ୟସ୍ରୋତରେ ସାମିଲ ହେବା ସହିତ ଦେଶର ସମ୍ବିଧାନକୁ ସମ୍ମାନର ସହ ଗ୍ରହଣ କରିଛନ୍ତି । ସରକାରଙ୍କ ଏଭଳି ପଦକ୍ଷେପ ଦ୍ବାରା ଛତିଶଗଡ଼ର ଡ଼ର ବସ୍ତର ଭଳି ଦେଶର ବିଭିନ୍ନ ଅଞ୍ଚଳରେ ଭୟ ବଦଳରେ ଉତ୍ସବର ଉତ୍ସବର ପରିବେଶ ଦେଖୁବାକୁ ମିଳିଛି ବୋଲି ସେ କହିଛନ୍ତି ।












Click it and Unblock the Notifications