Get Updates
Get notified of breaking news, exclusive insights, and must-see stories!

ଦେଶ ପାଳୁଛି ୫୨ତମ ବିଜୟ ଦିବସ: ଭାରତୀୟ ସେନାର ବୀରତ୍ୱକୁ ମନେ ପକାଉଛି ସାରାଦେଶ

Vijay Diwas 2023: ଆଜି ଦେଶ ପାଳୁଛି ୫୨ ତମ ବିଜୟ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି 1971 ଯୁଦ୍ଧରେ ପାକିସ୍ତାନ ସେନାକୁ ହରାଇଥିବା ଭାରତୀୟ ଯବାନଙ୍କ ବୀରତ୍ୱକୁ ମନେପାକଇବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଆଜିର ଦିନରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଶତ୍ରୁ ଦେଶକୁ କଡା ଜବାବ ଦେଇଥିଲା ଭାରତ ।

୧୩ ଦିନ ପର୍ଯ୍ୟନ୍ତ ଚାଲିଥିବା ଏହି ଯୁଦ୍ଧରେ ଅନେକ ବୀର ସହିଦ ହୋଇଥିଲେ । ପ୍ରାୟ ୧୩ ହଜାର ପାକିସ୍ତାନୀ ସୈନିକ ଭାରତୀୟ ସେନାଙ୍କ ପାଖରେ ଆତ୍ମସପର୍ପଣ କରିଥିଲେ । ଏହି ଯୁଦ୍ଧ ପରେ ଗଠନ ହୋଇଥିଲା ବାଂଲାଦେଶ । ଯାହା ଭାରତୀୟ ସେନା ପାଇଁ ଥିଲା ଏକ ବଡ଼ ସଫଳତା ।

Vijay Diwas 2023

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ବିଜୟ ଦିବସର ଅବସରରେ ମୁଁ ସେହି ସମସ୍ତ ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଯିଏ 1971 ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ଦେଶର ସେବା କରିବା ସହ ଏକ ବିଶାଳ ବିଜୟ ଲାଭ କରିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଲେଖିଛନ୍ତି ଯେ, ତାଙ୍କର ସାହସିକତା ଏବଂ ନିଷ୍ଠା ଦେଶ ପାଇଁ ଏକ ଗର୍ବର ବିଷୟ । ତାଙ୍କର ବଳିଦାନ ଏବଂ ଅଦମ୍ୟ ଆତ୍ମା ​​ସର୍ବଦା ଲୋକଙ୍କ ହୃଦୟରେ ଏବଂ ଆମ ଦେଶର ଇତିହାସରେ ଲିଖିତ ରହିବ । ଦେଶ ତାଙ୍କ ସାହସକୁ ନମନ କରୁଛି ।

ସୂଚନାଥାଉ ଯେ, ଯୁଦ୍ଧର ଆରମ୍ଭ ୩ ଡିସେମ୍ବର ୧୯୭୧ରେ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିଥିଲା । ଏହି ଯୁଦ୍ଧରେ ବିଜୟ ଭାରତୀୟ ସେନାର ସାହସିକତାର ସାକ୍ଷୀ । ସହିଦ ଯବାନଙ୍କୁ ମନେପକାଇବା ପାଇଁ ପ୍ରତି ବର୍ଷ ବିଜୟ ଦିସସ ପାଳନ କରାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+