ଦେଶର ଅର୍ଥନୈତିକ ବିକାଶରେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ: ରାଜନାଥ ସିଂ

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଭାରତ ଆସନ୍ତା ଦୁଇବର୍ଷ ମଧ୍ୟରେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି । ଏବେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଥିବା ଆଜି ନୂଆଦିଲ୍ଲୀରେ ସଶସ୍ତ୍ର ବାହିନୀ ପତାକା ଦିବସ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ।

ରାଜନାଥ ସିଂ କହିଛନ୍ତି, ଦେଶର ଅର୍ଥନୈତିକ ବିକାଶରେ ଉଭୟ ସରକାର ଓ ବେସରକାରୀ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅର୍ଥନୈତିକ ସ୍ୱାଧୀନତା କ୍ଷେତ୍ରରେ ଦେଶର ଅଗ୍ରଗତି ଉଭୟ କ୍ଷେତ୍ରର ଅଂଶ ଗ୍ରହଣ ଦ୍ୱାରା ଯଥେଷ୍ଟ ଭାବରେ ପରିଚାଳିତ ହୋଇଛି ବୋଲି ସେ କହିଛନ୍ତି ।

Rajnath Singh

ଜାତୀୟ ନିରାପତ୍ତା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବା ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ବୋଲି ପ୍ରତିରକ୍ଷାମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ,ଭାରତର ମୁଣ୍ଡପିଛା ଆୟ କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଏହା ଦେଶର ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଦେଶର ସୀମା ସୁରକ୍ଷାରେ ଭାରତୀୟ ଯବାନମାନଙ୍କ ଭୂମିକାକୁ ସେ ପ୍ରତିରକ୍ଷାର ପ୍ରଥମ ଧାଡ଼ି ଭାବେ ସ୍ୱୀକୃତି ଦେଇ ସେମାନଙ୍କ ସମର୍ପଣକୁ ପ୍ରଶଂସା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+