ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ: ମୋଦୀଙ୍କ ବାସଭବନରେ ନେତାଙ୍କ, ସନ୍ଧ୍ୟାରେ ଶପଥ ଗ୍ରହଣ ଉତ୍ସବ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ: ଆଜିଠୁ ମୋଦିଙ୍କ ତୃତୀୟ ଇନିଂସ। ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି। କେବଳ ହ୍ୟାଟ୍ରିକ୍ ନୁହେଁ, ହିଷ୍ଟୋରିକାଲ୍ ହେବାକୁ ଯାଉଛି ମୋଦି 'ଥ୍ରୀ ପଏଣ୍ଟ ଓ' ର ଶପଥ ଉତ୍ସବ। ନୂଆ ଇତିହାସ ଲେଖିବ- ରାଷ୍ଟ୍ରପତି ଭବନର ରବିବାର ସନ୍ଧ୍ୟା। ପ୍ରାୟ ୬ ଦଶନ୍ଧି ପରେ, ଲଗାତର ତୃତୀୟ ଥର ପାଇଁ ପିଏମ୍ ବନିବେ ଆଉ ଜଣେ ନେତା। ଜବାହରଲାଲ ନେହରୁଙ୍କ ପରେ ହ୍ୟାଟ୍ରିକ୍ କରିବାରେ, ନରେନ୍ଦ୍ର ମୋଦି ବନିବେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ।

narendra modi

ଏଥି ପାଇଁ ମୋଦିଙ୍କ ଦିଲ୍ଲୀ ସରକାରୀ ବାସଭବନରେ ନେତାଙ୍କ ଭିଡ଼ ଲାଗିଛି। ଜଣଙ୍କ ପରେ ଜଣେ ଏନ୍‌ଡିଏ ଏମ୍‌ପି ପହଞ୍ଚିବାରେ ଲାଗିଛନ୍ତି। ଏମାନଙ୍କ ମଧ୍ୟରେ ଅମିତ ଶାହା, ଜେପି ନଡ୍ଡା, ଅର୍ଜୁନ ମେଘଓ୍ବାଲ, ଶିବରାଜ ଚୌହାନ ପ୍ରମୁଖ ଅଛନ୍ତି। କୁମାରସ୍ୱାମୀ, ସିନ୍ଦିଆ, ମନୋହର ଖଟ୍ଟର, ଚିରାଗ ପାଶୱାନ ମଧ୍ୟ ପହଞ୍ଚିଛନ୍ତି। ଚା' ପେ ଚର୍ଚ୍ଚାରେ ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ମୋଦି। ନିର୍ମଳା ସୀତାରମଣ, ଜି.କିଷନ ରେଡ୍ଡୀ, କୁମାରସ୍ବାମୀ, ସିନ୍ଦିଆ ବି ଉପସ୍ଥିତ ଅଛନ୍ତି।

ସୂଚନାଯୋଗ୍ୟ, କ୍ରମାଗତ ତୃତୀୟ ଥର ପାଇଁ ଆଜି ଅର୍ଥାତ୍‌ ଜୁନ୍‌ ୯ ସନ୍ଧ୍ୟା ୭ଟା ୧୫ରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହରେ ଦିଲ୍ଲୀକୁ ଏକ କ୍ୟାଣ୍ଟନମେଣ୍ଟରେ ପରିଣତ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+