ଏମିତି ବି ଆସେ ମୃତ୍ୟୁ; ଫୁଟପାଥ ଉପରେ ସୋଇଥିବା ବେଳେ ୯ ଜଣଙ୍କ ଉପରେ ମାଡ଼ିଗଲା ଡମ୍ପର
ଫୁଟ୍ପାଥ ଉପରେ ଶୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା ଡମ୍ପର୍। ଦ୍ରୁତ ଗତିରେ ଆସି ୯ ଜଣଙ୍କୁ ଚାପିଦେଲା ଡମ୍ପର। ଘଟଣାସ୍ଥଳରେ ହିଁ ଚାଲିଗଲା ୩ ଜଣଙ୍କ ଜୀବନ। ମହାରାଷ୍ଟ୍ରର ପୁଣେରେ ଘଟିଛି ଏଭଳି କିଛି ଭୟଙ୍କର ଦୁର୍ଘଟଣା।

ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ୨ ଜଣ ଛୋଟ ପିଲା ଓ ଜଣେ ବ୍ୟକ୍ତି ଅଛନ୍ତି ଯିଏ ସେମାନଙ୍କ ଦାଦା ବୋଲି ଜଣାପଡିଛି। ସେହିପରି ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଓ୍ୱାଗୋଲିର କେସନନ୍ଦ ଫାଟା ପୁଲିସ ଷ୍ଟେସନ ସମ୍ପୁଖରେ ରାତି ପ୍ରାୟ ସାଢ଼େ ୧୨ଟାରେ ଏହି ଦୁର୍ଘଟଣା ଘଟିଥିଲା। ଡମ୍ପର ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଢ଼ି ଚଳାଉଥିଲା ବୋଲି କୁହାଯାଉଛି। ପୁଲିସ ଡମ୍ପର ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି।












Click it and Unblock the Notifications