ଭାଡିନାର ରିଫାଇନାରୀ ଉପରେ କଟକଣା ଲାଗାଇଲା ୟୁରୋପୀୟ ୟୁନିୟନ
ୟୁରୋପୀୟ କମିସନ ଉପାଧ୍ୟକ୍ଷା କାଜା କଲ୍ଲାସ ଘୋଷଣା କରିଛନ୍ତି ଯେ ୟୁକ୍ରେନ ଯୁଦ୍ଧକୁ ନେଇ ଋଷିଆ ବିରୋଧରେ ୟୁରୋପୀୟ ୟୁନିୟନର ନୂଆ ପ୍ରତିବନ୍ଧକରେ କମିଶନ ଗୁଜରାଟସ୍ଥିତ ଭାଡିନାର ତୈଳ ରିଫାଇନାରୀ ଉପରେ କଟକଣା ଲଗାଇଛନ୍ତି। ଭାଡିନାର ରିଫାଇନାରୀ ଭାରତର ଦ୍ୱିତୀୟ ସର୍ବବୃହତ୍ତ ସିଙ୍ଗଲ ଲୋକେସନ ରିଫାଇନାରୀ ଓ ଏଥିରେ ଋଷିଆର ସରକାରୀ କମ୍ପାନୀ ରୋସନେଟର ୪୯% ଭାଗିଦାରୀ ରହିଛି।

ଲ୍ଲେଖଯୋଗ୍ୟ ଯେ ଏହି ପ୍ରତିବନ୍ଧକକୁ ଭାରତ ଦ୍ୱାରା ଋଷିଆରୁ ଅଶୋଧିତ ତୈଳ ଓ ଗ୍ୟାସ୍ କ୍ରୟ ସହ ସଂଯୁକ୍ତ କରି ଦେଖାଯାଉଛି। କିଛିଦିନ ପୂର୍ବେ ଋଷିଆରୁ ଅଶୋଧିତ ତୈଳ କ୍ରୟକୁ ନେଇ ନାଟୋ ମୁଖ୍ୟ ମାର୍କ ରୁଟୋ ଭାରତ ସମେତ ଚୀନ୍ ଓ ବ୍ରାଜିଲକୁ ଧମକ ଦେଇଥିଲେ। ସେ କହିଥିଲେ ଯେ ବ୍ରାଜିଲ, ଚୀନ୍ ଓ ଭାରତ ଭଳି ଦେଶ ଋଷିଆ ସହିତ ଯଦି ବାଣିଜ୍ୟ କାରବାର ଜାରି ରଖନ୍ତି ସେମାନଙ୍କ ଉପରେ ସେକେଣ୍ଡାରୀ ସାଙ୍କସନ ଲାଗୁ ହୋଇ ପାରେ। ଏହି ଦେଶଙ୍କ ଉପରେ ଆମେରିକା ସାଙ୍କସନ ଲଗାଇ ପାରେ।
ଏଥିରେ ନାଟୋ ମୁଖ୍ୟଙ୍କୁ ଭାରତ ଜବାବ ଦେଇଥିଲା। କହିଥିଲା ଆମେ ଗ୍ୟାସ ଓ ତୈଳ କେଉଁଠୁ କିଣିବୁ ଆମକୁ ଶିଖାନ୍ତୁ ନାହିଁ। ଆମେ ଋଷିଆ ଠାରୁ ତୈଳ କିଣି ବୈଶ୍ୱିକ ମୁଦ୍ରାସ୍ପିତିକୁ ନିୟନ୍ତ୍ରିତ କରିଛୁ। ନଚେତ ଏବେ ବୈଶ୍ୱିକ ତୈଳ ଦର କେଉଁଠି ଥାନ୍ତା ତାହା ଅନୁମାନ କରିବା ମଧ୍ୟ କଷ୍ଟକର। ଏ ନେଇ ଭାରତର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟ୍ୱିଟ୍ କରିଥିଲେ। ସେ କହିଥିଲେ ଯେ ଆମେ ଏ କଥା ଆରମ୍ଭରୁ ଜାଣିଥିଲୁ। ତେବେ ଆମ ପ୍ରଧାନମନ୍ତ୍ରୀଙ୍କ କମିଟମେଣ୍ଟ ତାଙ୍କ ଉପଭୋକ୍ତାଙ୍କ ସହିତ ରହିଛି। ଆମେ ଏହି ନୀତି ଉପରେ କାୟମ ରହିବୁ।
ମାର୍କ ରୁଟୋଙ୍କ ଜବାବରେ ପୁରୀ ଉଲ୍ଲେଖ କରିଥିଲେ ଯେ 'ଏହା ନୂଆ ଭାରତ..ଏଠି ଦବାବର ନୁହେଁ ପ୍ରଭାବର ସରକାର ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ କାହାର ବି ଚାପ ଚଳିବ ନାହିଁ ତାଙ୍କର ପ୍ରତିବଦ୍ଧତା ଦେଶବାସୀଙ୍କ ସହିତ ରହିଛି। ଭାରତକୁ ଶସ୍ତାରେ ଯେଉଁଠୁ ତୈଳ ମିଳିବ ଭାରତ ସେଠାରୁ ଆମଦାନୀ କରିବ। ଆମେ କେଉଁଠୁ ତୈଳ ଓ ଗ୍ୟାସ ଆଣିବୁ ଆମକୁ ଶିଖାଇବା ଦରକାର ନାହିଁ' ବୋଲି ପୁରୀ ଉଲ୍ଲେଖ କରିଥିଲେ।












Click it and Unblock the Notifications