ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ନିଶାନ ପ୍ରଦାନ କଲା ଇଥିଓପିଆ, ବିଶ୍ଵ ଦେଖିଲା ମୋଦିଙ୍କ ନେତୃତ୍ୱ
ପୁଣି ବିଶ୍ଵ ଦରବାରରେ ଚନକିଲେ ମୋଦୀ । ଇଥିଓପିଆ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଇଥିଓପିଆର ମହାନ ସମ୍ମାନ ନିଶାନ ପ୍ରଦାନ କରାଯାଇଥିଲା। ଭାରତ-ଇଥିଓପିଆ ସମ୍ପର୍କକୁ ମଜବୁତ କରିବାରେ ଉଲ୍ଲେଖନୀୟ ଅବଦାନ ତଥା ବିଶ୍ୱ ସ୍ତରରେ ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଇଥିଓପିଆର ପ୍ରଧାନମନ୍ତ୍ରୀ ଡକ୍ଟର ଆବି ଅହମ୍ମଦ ଅଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ଇଥିଓପିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେବା ପରେ, ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, "ଏହି ମହାନ ଇଥିଓପିଆ ଭୂମିରେ ଆପଣମାନଙ୍କ ସମସ୍ତଙ୍କ ମଧ୍ୟରେ ରହିବା ଏକ ସୌଭାଗ୍ୟର କଥା। ମୁଁ ଆଜି ଅପରାହ୍ନରେ ଇଥିଓପିଆରେ ପହଞ୍ଚିଲି। ପହଞ୍ଚିବା ପରେ, ଲୋକମାନେ ମୋତେ ଅତ୍ୟନ୍ତ ସୁନ୍ଦର ଭାବରେ ମୋତେ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ଅଲି ମୋତେ ବିମାନବନ୍ଦରରେ ସ୍ୱାଗତ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦି ଏହି ପୁରସ୍କାର ପାଇବାରେ ପ୍ରଥମ ବିଶ୍ୱ ରାଷ୍ଟ୍ରମୁଖ୍ୟ। ଇଥିଓପିଆ ହେଉଛି ବିଶ୍ୱର 25ତମ ଦେଶ ଯିଏ ମୋଦିଙ୍କୁ ଏହାର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଛି। ପ୍ରଧାନମନ୍ତ୍ରୀ ମୋଦି 16 ରୁ 17 ଡିସେମ୍ବର 2025 ପର୍ଯ୍ୟନ୍ତ ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଇଥିଓପିଆ ଗସ୍ତରେ ଅଛନ୍ତି। ଇଥିଓପିଆ ପ୍ରଧାନମନ୍ତ୍ରୀ ଡକ୍ଟର ଆବି ଅହମ୍ମଦ ଆଡିସ୍ ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଥିଲେ।












Click it and Unblock the Notifications