ମିଳିଲାନି ଟିକେଟ , ସାଂସଦ ପିଇ ଦେଲେ ବିଷ!

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଏମଡିଏମକେ ଏମ୍‌ପି ଏ. ଗଣେଶମୂର୍ତ୍ତିଙ୍କୁ ରବିବାର ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୨୦୧୯ରେ ତାମିଲନାଡୁର ଇରୋଡ ଲୋକ ସଭା ଆସନରୁ ଏମ୍‌ପି ହୋଇଥିବା ଗଣେଶମୂର୍ତ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କ ପରିବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ରିପୋର୍ଟ ଅନୁଯାୟୀ, ପୋଲିସ କହିଛି ଯେ ଏମ୍‌ପି ଗଣେଶମୂର୍ତ୍ତିଙ୍କୁ ରବିବାର ପ୍ରାୟ ୯.୩୦ସମୟରେ ତାଙ୍କ ପରିବାର ସଦସ୍ୟ ଡାକ୍ତରଖାନାକୁ ଆଣିଥିଲେ । ଚେକଅପ ପରେ ଡାକ୍ତରମାନେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରିଥିଲେ । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।

MP A Ganeshamurthi

ଅଧିକ ଚିକିତ୍ସା ପାଇଁ ସାଂସଦଙ୍କୁ କୋଏମ୍ବଟୁରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗଣେଶମୂର୍ତ୍ତିଙ୍କୁ ଭେଟିବା ପାଇଁ ଅନେକ ନେତା, ମନ୍ତ୍ରୀ ଓ ଅଧିକାରୀମାନେ ଡାକ୍ତରଖାନାରେ ପହଞ୍ଚିଛନ୍ତି । ସାଂସଦ ଗଣେଶମୂର୍ତ୍ତି ଜୀବନ ହାରିବା ଭଳି ପଦକ୍ଷେପ କେଉଁ କାରଣ ପାଇ ଉଠାଇଥିଲେ ସେନେଇ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳି ପାରି ନାହିଁ ।

ଏଥିସହିତ ଏହି ଘଟଣାରେ ଗଣେଶମୂର୍ତ୍ତିଙ୍କ ପରିବାର ଓ ପୁଲିସ ବି ଏଯାବତ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି । ପୁଲିସ ଗଣେଶମୂର୍ତ୍ତି ସୁସ୍ଥ ହେବାକୁ ଅପେକ୍ଷା କରିଛି । ଏହାପରେ ତାଙ୍କର ବୟାନ ରେକର୍ଡ କରାଯିବ ବୋଲି ପୁଲିସ କହିଥିବା ବେଳେ ଯାଞ୍ଚ ଜାରି ଅଛି ବୋଲି କହିଛି । ତାଙ୍କ ପରିବାର ସଦସ୍ୟ କହିଛନ୍ତି , ଏମ୍‌ପି କୀଟନାଶକ ପିଇ ଦେଇଥିଲେ । ରିପୋର୍ଟରେ ଦର୍ଶାଯାଇଛି, ଏମ୍‌ପି ଏ ଗଣେଶମୂର୍ତ୍ତି ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଟିକେଟ୍ ନ ପାଇବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+