EPFO Rule Change: ବଦଳିଲା EPFO ନିୟମ; ଏଣିକି ବିନା ଡକ୍ୟୁମେଣ୍ଟରେ.
EPFO ବଦଳାଇଲା ନିୟମ । କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(EPFO) ନିଜ ସଦସ୍ୟଙ୍କୁ ଆଶ୍ବସ୍ତି ଦେବାକୁ ଆଉ ଅପଡେଟ ପ୍ରୋସେସକୁ ସହଜ କରିବାକୁ କିଛି ନିୟମରେ ପରିବର୍ତ୍ତନ ହୋଇଛି । ଏବେ କର୍ମଚାରୀ ସହଜରେ ଇପିଏଫଓ ପ୍ରୋଫାଇଲକୁ ଅପଡେଟ କରିପାରିବେ । ଆଉ ଏଥିପାଇଁ କୌଣସି ପ୍ରକାରର ଡକ୍ୟୁମେଣ୍ଟର ଆବଶ୍ୟକତା ନାହିଁ । ଇପିଏଫଓର ଏହି ନିୟମରେ ପେଡିଙ୍ଗ ରିକ୍ବେଷ୍ଟରେ ଥିବା ୩.୯ ଲକ୍ଷ ଲୋକଙ୍କୁ ଲାଭ ମିଳିବ ।
ଏହି ସଦସ୍ୟ ମାନଙ୍କ ପାଖରେ ପେଡିଙ୍ଗ ରିକ୍ବେଷ୍ଟକୁ କ୍ୟାନସେଲ କରି ନୂଆ ସୁବ୍ୟବସ୍ଥିତ ପ୍ରୋସେସ ମାଧ୍ୟମରେ ପୁଣି ଜମା କରିବାର ସୁବିଧା ମିଳିବ । ଆସନ୍ତୁ ଜାଣିବା କେଉଁ କେଉଁ ନିୟମରେ ସବୁ ପରିବର୍ତ୍ତନ ହୋଇଛି, ଯାହା ଜାଣିବା ନିହାତି ଜରୁରୀ ।

କଣ କରିପାରିବେ ଅପଡେଟ?
ଇପିଏଫଓ ସିଷ୍ଟମରେ ଅନେକ ଅପଡେଟ ହୋଇଛି । ସବୁଠାରୁ ନୂଆ ଅପଡେଟ ହେଉଛି ସଦସ୍ୟ ବିନା କୌଣସି ଡକ୍ୟୁମେଣ୍ଟ ଦେଇ ସହଜରେ ନିଜର ବ୍ୟକ୍ତିଗତ ତଥ୍ୟ ଏଡିଟ କରିପାରିବେ । ଯେଉଁଥିରେ ତାଙ୍କ ନାଁ, ଡେଟ୍ ଅଫ ବର୍ଥ, ଜେଣ୍ଡର, ରାଷ୍ଟ୍ରିୟତା, ବାପା-ମାଙ୍କ ନାଁ, ମ୍ୟାରେଜ ଷ୍ଟାଟସ, ଜୀବନ ସାଥୀଙ୍କ ନାଁ, ଏଣ୍ଟ୍ରି ଏଗଜିଟର ତାରିଖ ଓ ଅନ୍ୟ ତଥ୍ୟ ବି ସାମିଲ ଅଛି ।
କାହାକୁ ମିଳିବ ଏହି ସୁବିଧା?
ଇପିଏଫଓ ତରଫରୁ ସୂଚନା ଦିଆଯାଇଛି ଯେ ଏହି ସୁବିଧା ସେହି ସଦସ୍ୟମାନଙ୍କ ପାଇଁ ଯେଉଁମାନଙ୍କ ୟୁନିଭର୍ସଲ ଆକାଉଣ୍ଟ ନମ୍ବର ଆଧାର ସହ ଭେରିଫାଇ ହୋଇଛି । ଏହି ପ୍ରୋସେସର ଉଦ୍ଦେଶ୍ୟ ଅଭିଯୋଗକୁ କମ କରିବା ଓ ପେଡିଙ୍ଗ ରିକ୍ବେଷ୍ଟକୁ ଶୀଘ୍ର ଶୀଘ୍ର ଶେଷ କରିବା । ପୂର୍ବରୁ ପରିବର୍ତ୍ତନ ପାଇଁ ସଦସ୍ୟଙ୍କଠାରୁ ଯାଞ୍ଚ ଆବଶ୍ୟକତା ପଡୁଥିଲା । ଯେଉଁଥିପାଇଁ 28 ଦିନ ସମୟ ଲାଗୁଥିଲା ।
ଆଧାର-ପାନ୍ ଲିଙ୍କ ହେବା ଜରୁରୀ
ଏବେ ପାଖାପାଖି 45 ପ୍ରତିଶତ ରିକ୍ବେଷ୍ଟକୁ ସଦସ୍ୟଙ୍କ ଦ୍ବାରା ସେଲ୍ଫ ଆପ୍ରୁଭ କରାଯାଇପାରିବ । ଅନ୍ୟ 50 ପ୍ରତିଶତ କେବଳ ଇପିଏଫଓର ଯୋଗଦାନ ବିନା ନିଯୁକ୍ତିଦାତାଙ୍କ ଅନୁମୋଦନ ଦ୍ବାରା ସମାଧାନ ହୋଇପାରିବ । ଆଉ ଏଥିପାଇଁ ସଦସ୍ୟଙ୍କ ଆଧାର-ପାନ୍ ଇପିଏଫଓ ଖାତା ସହ ଲିଙ୍କ ହେବା ଜରୁରୀ । କାରଣ ଏହା କୌଣସି ଅପଡେଟ୍ କିମ୍ବା ଓ୍ବିଡ୍ରାଲ ପାଇଁ ବାଧ୍ୟତାମୂଳକ ରହିଛି । ଏହା ବିନା ରିକ୍ବେଷ୍ଟକୁ ପୂରା କରିବାରେ ବିଳମ୍ବ ହୋଇପାରେ ।
କଣ ହେବ ପୂରା ପ୍ରକ୍ରିୟା?
ପିଆଇବି ଅନୁସାରେ, ବର୍ତ୍ତମାନ ସଦସ୍ୟଙ୍କ ଦ୍ବାରା ଦାଖଲ ହୋଇଥିବା ଅଭିଯୋଗ ମଧ୍ୟରେ 27 ପ୍ରତିଶତ ପ୍ରୋଫାଇଲ ଆଉ କେଓ୍ବାଇସି ସମ୍ପର୍କିତ ରହିଛି । କୁହାଯାଉଛି କି ନୂଆ ପ୍ରୋସେସରେ ଏହି ଅଭିଯୋଗ କମିଯିବ । ପ୍ରୋଫାଇଲ ସମ୍ବନ୍ଧିତ ପରିବର୍ତ୍ତନ ପାଇଁ ସଦସ୍ୟଙ୍କୁ ଡକ୍ୟୁମେଣ୍ଟ ଜମା କରିବା କିମ୍ବା ନିଯୁକ୍ତିଦାତାଙ୍କ ଅନୁମୋଦନର ଆବଶ୍ୟକତା ପଡିବ ନାହିଁ । ଏଥିପାଇଁ ଆଧାର ସହ ଯୁଏଏନ ଲିଙ୍କ ହୋଇଥିବା ଦରକାର । ତେବେ ଏଥିପାଇଁ ସଦସ୍ୟଙ୍କୁ ଇପିଏଫଓ ପୋର୍ଟାଲ କିମ୍ବା ଉମଙ୍ଗ ଆପରେ ଲଗଇନ କରି ଅପଡେଟ ପାଇଁ ଆବେଦନ କରିପାରିବେ ।












Click it and Unblock the Notifications